ପଶ୍ଚିମବଙ୍ଗରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Kanchanjunga Express Train Accident: ପଶ୍ଚିମବଙ୍ଗରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା, କାଞ୍ଚନଜଙ୍ଗା ଏକ୍ସପ୍ପେସକୁ ଧକ୍କା ଦେଲା ମାଲବାହୀ ଟ୍ରେନ ଫଳରେ ୫ ଜଣଙ୍କ ମୃ୍ତ୍ୟୁ ଘଟିଥିବା ବେଳେ ପ୍ରାୟ ୩୦ ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି । ଏ ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ଆସିଲା ପ୍ରଥମ ପ୍ରତିକ୍ରିୟା । ଉଦ୍ଧାର କାର୍ଯ୍ୟ ଜାରି ଥିବା ନେଇ ସେ ସୂଚନା ଦେଇଛନ୍ତି ।

ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଲେଖିଛନ୍ତି, NFR ଜୋନରେ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରେଳବାଇ, NDRF ଏବଂ SDRF ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛନ୍ତି ।

Kanchenjunga Express accident


ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଲେଖିଛନ୍ତି, NFR ଜୋନରେ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରେଳବାଇ, NDRF ଏବଂ SDRF କାର୍ଯ୍ୟ କରୁଛି । ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି । ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ତଦନ୍ତ ଆରମ୍ଭ କରିଛନ୍ତି ।

ଅଶ୍ୱିନୀ ବୈଷ୍ଣବଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଲେଖିଛନ୍ତି ତଥ୍ୟକୁ ଅପେକ୍ଷା କରାଯାଇଛି । ସେ ଆହୁରି ମଧ୍ୟ ଲେଖିଛନ୍ତି, ଜିଲ୍ଲା ମାଜିଷ୍ଟ୍ରେଟ, ବରିଷ୍ଠ ପୋଲିସ ଅଧିକାରୀ, ଡାକ୍ତର, ଆମ୍ବୁଲାନ୍ସ ଏବଂ ଉଦ୍ଧାରକାରୀ ଟିନ୍, ଏନଡିଆରଏଫ୍ ଟିମକୁ ଘଟଣାସ୍ଥଳକୁ ପଠାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏହି ଦୁର୍ଘଟଣା ଯୋଗୁଁ ପଶ୍ଚିମବଙ୍ଗକୁ ଉତ୍ତର-ପୂର୍ବକୁ ସଂଯୋଗ କରୁଥିବା ମାର୍ଗରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ଅଧିକାରୀ କହିଛନ୍ତି ଯେ ଅଗରତାଲାରୁ ଆସୁଥିବା 13174 କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ ନୂଆ ଜଲପାଇଗୁଡିରେ ଷ୍ଟେସନ ନିକଟ ଏକ ମାଲବାହି ଟ୍ରେନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+