ପଶ୍ଚିମବଙ୍ଗରେ ଟ୍ରେନ୍ ଦୁର୍ଘଟଣା: ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା
Kanchanjunga Express Accident: ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ପୁଣି ଏକ ବଡ଼ ରେଳ ଦୁର୍ଘଟଣା । ସୋମବାର ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି ଯେଉଁଥିରେ ଏପର୍ଯ୍ୟନ୍ତ ୧୫ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଅନେକ ଲୋକ ଆହତ ହୋଇଥିବା ନେଇ ସୂଚନା ରହିଛି । ଏହି ଦୁର୍ଘଟଣାରେ ମାଲଗାଡ଼ି ଟ୍ରେନର ଡ୍ରାଇଭର ଏବଂ ସହକାରୀ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଛି ।
ତେବେ ମୃତକଙ୍କ ପରିବାରକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୧୦ ଲକ୍ଷ ଏବଂ ଗୁରୁତର ଆହତଙ୍କୁ ଅଢେଇ ଲକ୍ଷ ଏବଂ ଆହତ ପରିବାରକୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି ।

ସୂଚନାଥାଉ ଯେ, ନ୍ୟୁ ଜଲପାଇଗୁଡ଼ି ରଙ୍ଗପାଣି ଷ୍ଟେସନ ନିକଟରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ଏବଂ ମାଲଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା । ରେଳ ଦୁର୍ଘଟଣା ପରେ ଉକ୍ତ ସ୍ଥାନରେ ଲୋକଙ୍କ ଭିଡ଼ ବୃଦ୍ଧି ପାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ର ଉଦ୍ଧାରକାରୀ ଟିମ୍ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।
Enhanced ex-gratia compensation will be provided to the victims;
— Ashwini Vaishnaw (@AshwiniVaishnaw) June 17, 2024
₹10 Lakh in case of death,
₹2.5 Lakh towards grievous and ₹50,000 for minor injuries.
ସମସ୍ତ ଆହତଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ପ୍ରଶାସନ ଗ୍ୟାସ କଟର ସହିତ କମ୍ପାର୍ଟମେଣ୍ଟ କାଟି ଲୋକଙ୍କୁ ବାହାର କରାଯାଉଛି ଏବଂ ରେଳ ବିଭାଗ ପକ୍ଷରୁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି ମଧ୍ୟ ଜାରି କରାଯାଇଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି ।
ସେହିପରି ଦିଲ୍ଲୀର ଭାରତୀୟ ରେଳ ଅଧିକାରୀମାନେ ପଶ୍ଚିମବଙ୍ଗର ଦୁର୍ଘଟଣା ସ୍ଥଳରେ ପରିସ୍ଥିତି ତଦନ୍ତ ଆରମ୍ଭ କରିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବାକୁ ଦାର୍ଜିଲିଂ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।












Click it and Unblock the Notifications