କୋଲକାତା ବଳାତ୍କାର-ହତ୍ୟା ମାମଲାରେ ପ୍ରତିକ୍ରିୟା ଦେଲେ କମଲନାଥ, କହିଲେ ବିଜେପି...
ନୂଆଦିଲ୍ଲୀ : କୋଲକାତାର ଆରଜି କର ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲରେ, ମହିଳା ଡାକ୍ତରଙ୍କ ଦୁଷ୍କର୍ମ - ହତ୍ୟା ମାମଲା ଏବେ ବାତାବରଣକୁ ସରଗରମ କରିଛି। ଏହି ଘଟଣା ବିରୋଧରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜୋର ଧରିଛି। ନ୍ୟାୟ ଦାବି କରି ବିକ୍ଷୋଭକାରୀ ପଶ୍ଚିମବଙ୍ଗର ସରକାରୀ ହସ୍ପିଟାଲର ଜୁନିୟର ଡାକ୍ତରଙ୍କ ଷ୍ଟ୍ରାଇକ୍ ରବିବାର ମଧ୍ଯ ଜାରି ରହିଛି
ଯେଉଁଥିରେ ରାଜ୍ୟରେ ଲଗାତାର ୧୦ମ ଦିନରେ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହୋଇଛି। ଏପଟେ ଏହି ମାମଲାକୁ ନେଇ ରାଜନୀତି ହୋଇଛି ବେସ ସରଗରମ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରୁଛି ବିଜେପି । ଏପଟେ ଏହି ପ୍ରସଙ୍ଗରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କହିଛନ୍ତି ଯେ ବିଜେପି ଏହି ପ୍ରସଙ୍ଗ ଉଠାଇବା ଭୁଲ ଅଟେ। ଏହି ସମୟରେ ଜଣେ ରାଜନୀତି କରିବା ଉଚିତ୍ ନୁହେଁ।

ସେ କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର କରାଯାଇଛି। ଏହି ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ଭାଜପା ନେତାମାନେ କ୍ରମାଗତ ଭାବରେ କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଉଛନ୍ତି। ଭାଜପା ନେତାମାନେ କହିଛନ୍ତି ଯେ ଯେତେବେଳେ ହାଥରସ, ଉନ୍ନାଓ ପ୍ରସଙ୍ଗ ଉଠେ, ସେତେବେଳେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ କରନ୍ତି ନାହିଁ। କିନ୍ତୁ, ଯଦି କୋଲକାତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ଘଟେ, ତେବେ ଏଠାକୁ ଆସିବା ଉଚିତ ମଣନ୍ତି ନାହିଁ।












Click it and Unblock the Notifications