କମଲ ହାସନଙ୍କୁ ଭର୍ତ୍ସନା କଲେ ହାଇକୋର୍ଟ, କହିଲେ .....
ତାମିଲ-କନ୍ନଡ ଭାଷା ବିବାଦ ସମ୍ପର୍କରେ ସାଉଥ୍ ଷ୍ଟାର୍ କମଲ ହାସନ କ୍ଷମା ମାଗିବାକୁ ମନା କରିଦେଇଛନ୍ତି। ତାଙ୍କ ଫିଲ୍ମ ଠଗ ଲାଇଫ ଆଉ କର୍ନାଟକରେ ରିଲିଜ ହେବ ନାହିଁ। କମଲ ହାସନଙ୍କ ପ୍ରଯୋଜନା କମ୍ପାନୀ ମଙ୍ଗଳବାର କର୍ନାଟକ ହାଇକୋର୍ଟକୁ କହିଛି ଯେ, କ୍ଷମା ମାଗିବା ପାଇଁ କିଛି ନାହିଁ।
କମଲ ହାସନ ଏକ ଲିଖିତ ବିବୃତ୍ତି ଜାରି କରିଛନ୍ତି ଏବଂ କର୍ନାଟକ ଫିଲ୍ମ ଚାମ୍ବର ଅଫ କମର୍ସ (KFCC) ଦ୍ୱାରା କ୍ଷମା ମାଗିବାର ଦାବିର ଜବାବ ଦେଇଛନ୍ତି। ଅଭିନେତା ବିବୃତ୍ତିରେ ଲେଖିଛନ୍ତି - ବର୍ତ୍ତମାନ ଆମକୁ ପୋଲିସ ସୁରକ୍ଷାର ଆବଶ୍ୟକତା ନାହିଁ କାରଣ ଫିଲ୍ମଟି ଏଠାରେ ରିଲିଜ ହେବ ନାହିଁ। ଆମେ ଫିଲ୍ମ ଚାମ୍ବର ସହିତ କଥା ହେବୁ।

ହାଇକୋର୍ଟ କମଲଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି,' "ଆପଣଙ୍କର କହିବାର ଅଧିକାର ଅଛି, କିନ୍ତୁ ଲୋକଙ୍କ ଭାବନାକୁ ଆଘାତ ଦେବାରେ କୌଣସି ଅଧିକାର ନାହିଁ। ତୁମେ କମଲ ହାସନ ହୁଅ କି, ଅନ୍ୟ କେହି ଅଭିବ୍ୟକ୍ତିର ସ୍ୱାଧୀନତା ନାମରେ ଲୋକଙ୍କ ଭାବନାକୁ ଆଘାତ ଦିଆଯାଇପାରିବ ନାହିଁ । ଆମେ ଏବେ ଏହା ଆପଣଙ୍କ ଉପରେ ଛାଡି ଦେଉଛୁ। ଯଦି ଆପଣ କାହାକୁ ଆଘାତ ଦେଇଛନ୍ତି, ତେବେ କ୍ଷମା ମାଗନ୍ତୁ। କର୍ଣ୍ଣାଟକରୁ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରିବ। ଯଦି ଆପଣଙ୍କୁ କନ୍ନଡ ଲୋକଙ୍କ ଆବଶ୍ୟକତା ନାହିଁ, ତେବେ ଏଠାରୁ ରୋଜଗାର କରିବା ବନ୍ଦ କରନ୍ତୁ।"
କିଛିଦିନ ତଳେ କମଲ ତାଙ୍କ ଆଗାମୀ ଫିଲ୍ମ 'ଠଗ୍ ଲାଇଫ୍'ର ଅଡିଓ ଲଞ୍ଚ ସମୟରେ ତାମିଲ ଭାଷାରୁ କନ୍ନଡ଼ ଭାଷା ଜନ୍ମିତ ହୋଇଥିବା ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହି ମନ୍ତବ୍ୟ ପାଇଁ କମଲ କ୍ଷମା ନ ମାଗିବା ପର୍ଯ୍ୟନ୍ତ କର୍ଣ୍ଣାଟକରେ 'ଠଗ୍ ଲାଇଫ୍'କୁ ରିଲିଜ୍ କରାଇ ଦିଆଯିବ ନାହିଁ ବୋଲି କେଏଫ୍ସିସି ପୂର୍ବରୁ ଘୋଷଣା କରିଥିଲା।
ଅଭିନେତା କମଲ ହାସନ ଏହି ମାମଲାରେ କ୍ଷମା ମାଗିବାକୁ ରୋକଠୋକ ମନା କରି କହିଥିଲେ,'ଏକତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ମୁଁ ଏହି ମନ୍ତବ୍ୟ ଦେଇଥିଲି।'












Click it and Unblock the Notifications