ବିଜେପିରେ ଯୋଗ ଦେବେ କେଜ୍ରିୱାଲ : KRKଙ୍କ ବଡ଼ ଦାବି
ଦୀର୍ଘ ୨୪ ବର୍ଷ ପରେ ବିଜେପି ଦିଲ୍ଲୀରେ ସରକାର ଗଢିବାକୁ ଯାଉଛି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ୪୮ ଆସନ ଜିତି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଆପ୍କୁ ମାତ ଦେଇ ବିଜେପି ବିଜୟୀ ହୋଇଛି ସତ କିନ୍ତୁ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ୱ ନେବେ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା । ଅନ୍ୟପଟେ ଆପ ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ବିଧାନସଭା ଆସନରେ ଏକ ବଡ଼ ପରାଜୟ ବରଣ କରିଛନ୍ତି। ତାଙ୍କ ପରାଜୟ ଖବର ପାଇ ଚଳଚ୍ଚିତ୍ର ସମୀକ୍ଷକ ତଥା ଅଭିନେତା କମଲ ଆର ଖାନ(କେଆରକେ) ଏକ ବଡ଼ ଦାବି କରିଛନ୍ତି।

Aaj @ArvindKejriwal Khud Bhi Delhi Se Haar Gaya! And Congress will defeat @AamAadmiParty in next election of Punjab. And then #ArvindKejriwal will join #BJP! Because Kejriwal is as clever as Modi Ji.
— KRK (@kamaalrkhan) February 8, 2025












Click it and Unblock the Notifications