କଲ୍ଯାଣ ସିଂ:ସ୍ଵୟଂ ସେବକରୁ ମୁଖ୍ୟମନ୍ତ୍ରୀ- ଏକ ରାଜନୈତିକ ଯୁଗର ଅବସାନ

କଲ୍ଯାଣ ସିଂ:ସ୍ଵୟଂ ସେବକରୁ ମୁଖ୍ୟମନ୍ତ୍ରୀ-ରାଜନୀତିର ଏକ ଯୁଗର ଅବସାନ

ଉତ୍ତର ପ୍ରଦେଶର ରାଜନୈତିକ ଇତିହାସର ପ୍ରମୁଖ ନେତୃତ୍ଵଙ୍କ ମଧ୍ୟରୁ କଲ୍ଯାଣ ସିଂହ ଅନ୍ଯତମ ଥିଲେ । ଅତି ସାଧାରଣ ପରିବାରରୁ ଆସିଥିବା କଲ୍ଯାଣ ସିଂ ପଛୁଆ ବର୍ଗର ପ୍ରତିନିଧିତ୍ଵ କରୁଥିବା ଦେଶର ଶୀର୍ଷ ନେତୃବୁନ୍ଦଙ୍କ ମଧ୍ୟରେ ପରିଗଣିତ ଥିଲେ ।
ଛାତ୍ର ଜୀବନରେ ସେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ସମ୍ପର୍କରେ ଆସିଥିଲେ । ସ୍କୁଲ ଜୀବନରୁ ହିଁ ତାଙ୍କର ନେତୃତ୍ଵର ଛବି ପ୍ରତିଫଳିତ ହେଉଥିଲା ତାଙ୍କ କାର୍ଯ୍ୟ ପଦ୍ଧତିରୁ ।

Kalyan Singh

କଲେଜ ଜୀବନରେ ସେ ଥିଲେ ଜଣେ ପ୍ରଭାବୀ ଛାତ୍ର ନେତା। ପାଠପଢା ପରେ ସେ ବୃତିଗତ ଜୀବନ ଆରମ୍ଭ କରିଥିଲେ ଶିକ୍ଷକ ଭାବରେ। ହେଲେ ଦେଶର ସର୍ବ ବୃହତ ରାଜ୍ୟର ରାଜନୀତି ତାଙ୍କ ଐତିହାସିକ ନେତୃତ୍ଵକୁ ସତେ ଯେପରି ଅପେକ୍ଷା କରି ରହିଥିଲା । ନେତୃତ୍ଵ ମନୋବୃତ୍ତି, ହିନ୍ଦୁତ୍ଵ ବିଚାରଧାରାକୁ ମହତ୍ଵ ଦେଇ ସେ ବିଭିନ୍ନ ଆନ୍ଦୋଳନରେ ସମ୍ପୃକ୍ତ ହୋଇଥିଲେ ଯୁବ ବୟସରେ ସେ ଯୋଗ ଦେଇଥିଲେ ରାଜନୈତିକ କାର୍ଯ୍ୟରେ । ୧୯୬୭ ମସିହାରେ ସେ ପ୍ରଥମେ ଉତ୍ତରପ୍ରଦେଶର ବିଧାନ ସଭା ସଦସ୍ୟ ଭାବରେ ନିର୍ବାଚନ ଜିତି ଥିଲେ। ନିଜ ଜନ୍ମ ମାଟି ଆତ୍ରୋଲିରୁ ହିଁ ସେ ପ୍ରଥମେ ନିର୍ବାଚନ ଲଢିଥିଲେ। ହିନ୍ଦୁତ୍ଵର ବଳିଷ୍ଠ ନେତୃତ୍ଵ ନେଇଥିବା ସିଂ ଧୀରେ ଧୀରେ ଜଡିତ ହେବାରେ ଲାଗିଲେ ରାମ ମନ୍ଦିର ଆନ୍ଦୋଳନ ସହିତ। ଉତ୍ତରପ୍ରଦେଶରେ ରାମ ମନ୍ଦିର ଆନ୍ଦୋଳନର ଜଣେ ପ୍ରଭାବୀ ଜନନାୟକ ଭାବରେ ପରିଚିତ ହେବାରେ ଲାଗିଥିଲେ ସ୍ଵର୍ଗତ ସିଂ।

ପଛୁଆ ବର୍ଗର ସବୁଠାରୁ ଟାଣୁଆ ନେତା

ପଛୁଆ ବର୍ଗର ସବୁଠାରୁ ଟାଣୁଆ ନେତା ଭାବରେ ପ୍ରତୀତ ହୋଇଥିବା କଲ୍ଯାଣ ସିଂ ବିଜେପିର ସବୁଠାରୁ ବଡ ଚେହେରା ଭାବରେ ଚର୍ଚିତ ଥିଲେ କଲ୍ଯାଣ ସିଂ। ୧୯୯୧ ମସିହା ରେ ବିଜେପି କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦବୀରେ ଅଭିଷିକ୍ତ ହୋଇଥିଲେ ସିଂ। କଲ୍ଯାଣ ସିଂହଙ୍କ ଜୀବନର ସବୁଠାରୁ ମହତ୍ଵ ତଥା ସଂବେଦନଶୀଳ ସମୟ ଥିଲା ୧୯୯୨ ମସିହା ଡିସେମ୍ବର ୬ ତାରିଖ। ସେହିଦିନ ବିବାଦିତ ଢାଞ୍ଚାକୁ କରସେବକମାନେ ଭାଙ୍ଗି ଥିଲେ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା କଲ୍ଯାଣ ସିଂହ ନୈତିକତାର ଆଧାରରେ ଇସ୍ତଫା ପ୍ରଦାନ କରିଥିଲେ । ତେବେ ୧୯୯୭ ମସିହାରେ ଶ୍ରୀ ସିଂ ପୁନଶ୍ଚ ୟୁପିର ମୁଖ୍ୟମନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇଥିଲେ। ତତ୍କାଳୀନ ରାଜନୈତିକ ବାଧ୍ୟବାଧକତା ଯୋଗୁ ଦଳ ପକ୍ଷରୁ ତାଙ୍କର ନେତୃତ୍ଵ ପରିବର୍ତନ କରା ଯାଇଥିଲା। ଏହି ସମୟରେ ମୁଲାୟମ ସିଂ ଯାଦବ ଏବଂ ମାୟାବତିଙ୍କ ଭଳି ନେତାଙ୍କ ପ୍ରଭାବ ଦୃଢୀଭୂତ ହେବାରେ ଲାଗିଥିଲା। ଦଳ ସହିତ ମନାନ୍ତର ହେବା ଯୋଗୁଁ ସେ ବିଜେପିରୁ ଇସ୍ତଫା ଦେବା ସହ ନିଜର ଏକ ସ୍ଵତନ୍ତ୍ର ଦଳ ଗଠନ କରିଥିଲେ। ପୁନଶ୍ଚ ସ୍ଵର୍ଗତ ସିଂ ୨୦୦୪ ମସିହାରେ ବିଜେପିରେ ଯୋଗଦାନ କରିଥିଲେ। ବୁଲାନ୍ଦସହରର ଆସନରୁ ସେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ୨୦୧୪ରେ ରାଜସ୍ଥାନର ରାଜ୍ୟପାଳ ଭାବରେ ସ୍ଵର୍ଗତ ସିଂ ଅବସ୍ଥାପିତ ହୋଇଥିଲେ ।

Kalyan Singh

ବାବରୀ ଢାଞ୍ଚା ଭଙ୍ଗାଯିବା ଘଟଣାରେ ସମ୍ପୃକ୍ତି ଥିବା ନେଇ ତାଙ୍କ ନାମରେ ଅଭିଯୋଗ ଥିଲା। ବାବରୀ ଢାଞ୍ଚା ଭାଙ୍ଗିବା ଘଟଣା ପରେ ସେ ତତ୍କାଳ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ। ତାଙ୍କ ନାମରେ ବାବରୀ ଢାଞ୍ଚା ଭଙ୍ଗାଯିବା ଘଟଣାରେ ସମପୃକ୍ତି ନେଇ ପକ୍ଷଭୁକ୍ତ କରଯାଇଥିଲା। ତେବେ ୨୦୨୦ ମସିହାରେ ସିବିଆଇର ସ୍ଵତନ୍ତ୍ର ଅଦାଲତ ସ୍ଵର୍ଗତ ସିଂଙ୍କୁ ନିର୍ଦୋଷ ସାବ୍ୟସ୍ତ କରିଥିଲା। ନିକଟରେ ନିଜ ଜୀବନର ସମ୍ପର୍କରେ ସ୍ଵର୍ଗତ ସିଂ କହିଥିଲେ ଯେ, ରାମ ମନ୍ଦିର ନିର୍ମାଣର ରାସ୍ତା ଉନ୍ମୁକ୍ତ ହେବା ପରେ ମୋର ଜୀବନ ଲକ୍ଷ୍ୟ ସମ୍ପୂର୍ଣ ହୋଇଯାଇଛି। ଜଣେ ଲୋକପ୍ରିୟ ନେତା, କୃଷକ କଲ୍ଯାଣ ପାଇଁ ନେଇଥିବା ପଦକ୍ଷେପ, ପଛୁଆବର୍ଗଙ୍କ ସ୍ଵର ଭାବରେ ଉତ୍ତରପ୍ରଦେଶର ଇତିହାସରେ ସର୍ବଦା ସ୍ମରଣୀୟ ହୋଇ କଲ୍ଯାଣ ସିଂ ରହିବେ ବୋଲି ରାଜ୍ୟର ବରିଷ୍ଠ ନେତାମାନେ ମତ ବ୍ୟକ୍ତ କରିଛନ୍ତି।

ରାମ ମନୋହର ଲୋହିୟାଙ୍କ ଓ ଦୀନ ଦୟାଲଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ

ପ୍ରଧାନ ମନ୍ତ୍ରୀ ମୋଦୀ କଲ୍ଯାଣ ସିଂଙ୍କ ସୁଦୀର୍ଘ କର୍ମମୟ ଜୀବନକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ଯ ନାଥ ସ୍ଵର୍ଗତ ସିଂଙ୍କ ରାଜ୍ୟର ବିକାଶ ପ୍ରତି ରହିଥିବା ମହତ୍ଵପୂର୍ଣ ଯୋଗଦାନକୁ ସ୍ମରଣ କରି ରାଜ୍ୟରେ ୩ ଦିନିଆ ଶୋକ ଦିବସ ପାଳନ କରିବାକୁ ଘୋଷଣା କରିଛନ୍ତି। ରାମ ମନୋହର ଲୋହିୟାଙ୍କ ଆଦର୍ଶରେ ଅନୁପ୍ରାଣିତ ସିଂ କ୍ରମଶଃ ଆକର୍ଷିତ ହୋଇଥିଲେ ଦୀନଦୟାଲ ଉପାଧ୍ଯାୟଙ୍କ ନେତୃତ୍ଵ ଓ ଆଦର୍ଶରେ। ଏଥିପାଇଁ ଉତ୍ତରପ୍ରଦେଶର ଜଟିଳ ରାଜନୀତିରେ ପାଦ ଥାପି ଛିଡା ହୋଇଥିଲେ ଦୃଢତାର ସହ ଦୀର୍ଘ ୫ ଦଶନ୍ଧି ଧରି। ଏଥିପାଇଁ ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଠାରୁ ଆରମ୍ଭ କରି ବିଜେପି ନେତା ଜେପି ନଡଡା ସ୍ଵର୍ଗତ ସିଂଙ୍କ ନିଧନ ଯୋଗୁ ଏକ ଯୁଗର ଅବସାନ ହୋଇଗଲା ବୋଲି କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+