'କାଳୀ' ପୋଷ୍ଟର ବିବାଦ, ଅଯୋଧ୍ୟା ପୂଜାରୀଙ୍କ ଧମକ
'କାଳୀ' ପୋଷ୍ଟର ବିବାଦ, ଅଯୋଧ୍ୟା ପୂଜାରୀଙ୍କ ଧମକ kali-poster-controversy ଅଯୋଧ୍ୟା ପୁରୋହିତଙ୍କ ଧମକ ପୂର୍ବରୁ ଲୀନା ହିନ୍ଦୁମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇଥିବାର ଅଭିଯୋଗ ମଧ୍ୟ ହୋଇଛି
ମୁମ୍ବାଇ: ଡକ୍ୟୁମେଣ୍ଟାରୀ ଫିଲ୍ମ ପୋଷ୍ଟରକୁ ନେଇ ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । କାଳୀ ପୋଷ୍ଟର ବିବାଦକୁ ନେଇ ନିର୍ଦ୍ଦେଶକ ଲୀନା ମଣିମେକଲଇଙ୍କୁ ଅଯୋଧ୍ୟାର ଜଣେ ପୂଜାରୀ ଧମକ ଦେଇଛନ୍ତି। ଜି ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ପୂଜାରୀ ଲୀନା ମଣିମେକଲଇଙ୍କୁ ଧମକ ଦେଇଛନ୍ତି ତୁମେ କଣ ଚାହୁଁଛ, ଆମେ ତୁମ ମୁଣ୍ଡକୁ ଶରୀରରୁ ଅଲଗା କରିବା ଉଚିତ କି ! ଅଯୋଧ୍ୟା ପୁରୋହିତଙ୍କ ଧମକ ପୂର୍ବରୁ ଲୀନା ହିନ୍ଦୁମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇଥିବାର ଅଭିଯୋଗ ମଧ୍ୟ ହୋଇଛି। କାଳୀ ପୋଷ୍ଟର ଉପରେ ହିନ୍ଦୁତ୍ୱ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ କ୍ରୋଧ ଅସାନ୍ତି ଭାବ ଦେଖିବାକୁ ମିଳୁଛି। ବିକ୍ଷୋଭକାରୀମାନେ କହିଛନ୍ତି ଯେ ପୋଷ୍ଟରରେ ଦେଖାଯାଇଥିବା ଅଭିନେତ୍ରୀଙ୍କ ହାତରେ ସିଗାରେଟ୍ ଏବଂଏଲ୍ଜିବିଟି ପତକା ହିନ୍ଦୁମାନଙ୍କର ଧାର୍ମିକ ଭାବନାକୁ ଆଘାତ କରିବା ପାଇଁ ବ୍ୟବହାର କରାଯାଇଛି । ଫିଲ୍ମ ନିର୍ମାତାଙ୍କ ବିରୋଧରେ ଏଫ୍ଆଇଆର୍ ମଧ୍ୟ ରୁଜୁ ହୋଇଛି ।

ନିର୍ଦ୍ଦେଶକ ଲୀନା ମଣିମେକଲଇଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମ 'କାଳୀ' ଉପରେ ବିତର୍କ ଜାରି ରହିଛି। ଅଯୋଧ୍ୟା ପୁରୋହିତ ଲୀନାଙ୍କୁ ତାଙ୍କ ମୁଣ୍ଡ କାଟିଦେବାକୁ ଧମକ ଦେଇଛନ୍ତି। ଯଦି ଲୀନା ଏବଂ ତାଙ୍କ ଡକ୍ୟୁମେଣ୍ଟାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ପରିଣାମ ଭୟଙ୍କର ହେବ ବୋଲି ସେ କହିଛନ୍ତି ।ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଗତ ଜୁନ୍ ମାସରେ ଲୀନା ମଣିମେକଲଇ ଟ୍ୱିଟରରେ ଡକ୍ୟୁମେଣ୍ଟାରୀ 'କାଳୀ'ର ପୋଷ୍ଟର ପୋଷ୍ଟ କରିଥିଲେ। ସୋସିଆଲ ମିଡିଆରେ ପୋଷ୍ଟର ଭାଇରାଲ ହେବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।












Click it and Unblock the Notifications