Kailash Mansarovar Yatra: ୫ ବର୍ଷ ପରେ ଆରମ୍ଭ ହେବ ମାନସରୋବର ଯାତ୍ରା
ଦୀର୍ଘ ପାଞ୍ଚବର୍ଷର ବ୍ୟବଧାନ ପରେ ଚଳିତବର୍ଷ ପୁଣି କୈଳାସ ମାନସରୋବର ଯାତ୍ରା ଆରମ୍ଭ ହେବ ବୋଲି ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜଏସୱାଲ ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ୨୦୨୦ ଜୁନରେ ଭାରତ-ଚୀନ୍ ମଧ୍ୟରେ ସୀମା ସଂଘର୍ଷ ଆରମ୍ଭ ହେବାପରେ ଏହି ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା।

ବର୍ତ୍ତମାନ ଚୀନ୍ ସହ ସମ୍ପର୍କରେ ଉନ୍ନତି ଘଟିଥିବାରୁ ମାନସରୋବର ଯାତ୍ରା ନେଇ ଭାରତ ସରକାର ଚୀନ୍ ପ୍ରତିପକ୍ଷଙ୍କ ସହ ଆଲୋଚନା କରିସାରିଛନ୍ତି। ଏ ସଂକ୍ରାନ୍ତରେ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଏସ୍ୱାଲ କହିଛନ୍ତି। ତେବେ ଚଳିତବର୍ଷ ଲିପୁଲେଖ୍ ସମେତ ଡେମ୍ଚୋକ୍ ରାସ୍ତା ଦେଇ ଭାରତୀୟ ଶ୍ରଦ୍ଧାଳୁ ମାନସରୋବର ଯାତ୍ରା କରିବେ ବୋଲି ଆଶା କରାଯାଉଛି। ଅବଶ୍ୟ ଚୀନ ସରକାରଙ୍କ ସହ ଆଲୋଚନା ପରେ ଏହି ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।












Click it and Unblock the Notifications