ଚଳିତ ବର୍ଷର କୈଳାସ ମାନସରୋବର ଯାତ୍ରା ଆସନ୍ତା ଜୁନ୍ରୁ ଅଗଷ୍ଟ ମଧ୍ୟରେ ଅନୁଷ୍ଠିତ ହେବ: ବୈଦେଶିକ ମନ୍ତ୍ରଣାଳୟ
ଚଳିତ ବର୍ଷର କୈଳାସ ମାନସରୋବର ଯାତ୍ରା ଆସନ୍ତା ଜୁନ୍ରୁ ଅଗଷ୍ଟ ମଧ୍ୟରେ ଅନୁଷ୍ଠିତ ହେବ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ୫୦ ଜଣ ଯାତ୍ରୀଙ୍କୁ ନେଇ ୫ଟି ଗ୍ରୁପ ପ୍ରସ୍ତୁତ କରାଯିବ। ମୋଟ୍ ୧୦ଟି ଗ୍ରୁପ୍ ଦୁଇଟି ପଥ ଦେଇ ଯାତ୍ରା କରିବେ। ଉତ୍ତରାଖଣ୍ଡ ରାଜ୍ୟ ଦେଇ ଲିପୁଲେକ ପାସ୍ ଏବଂ ସିକିମ୍ ରାଜ୍ୟ ଦେଇ ନାଥୁଲା ପାସ୍ ପଥରେ ଶ୍ରଦ୍ଧାଳୁ ଯାତ୍ରା କରିବାର ବ୍ୟବସ୍ଥା ହୋଇଛି। ଏହି ଯାତ୍ରା ପାଇଁ ଆବେଦନ kmy.gov.in ୱେବସାଇଟ୍ରେ କରାଯାଇପାରିବ।

ଆବେଦନକାରୀଙ୍କ ମଧ୍ୟରୁ ଏକ ସ୍ୱଚ୍ଛ ପ୍ରକ୍ରିୟା ମାଧ୍ୟମରେ ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କର ଚୟନ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ୨୦୧୫ ମସିହାରୁ ଆବେଦନଠାରୁ ଆରମ୍ଭ କରି ଶ୍ରଦ୍ଧାଳୁ ଚୟନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା କମ୍ପ୍ୟୁଟର ମାଧ୍ୟମରେ କରାଯାଉଛି। ତେବେ ୱେବସାଇଟ୍ ମତାମତ ବିକଳ୍ପ ମାଧ୍ୟମରେ ଆବେଦନ ସଂକ୍ରାନ୍ତ ତଥ୍ୟ ତଥା ଏଥିପାଇଁ ଆବଶ୍ୟକୀୟ ପରାମର୍ଶ ଆବେଦନକାରୀ ପ୍ରଦାନ କରିପାରିବେ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି।












Click it and Unblock the Notifications