ଏହି ମାସରେ ଆରମ୍ଭ ହେବ କୈଳାଶ ମାନସରୋବର ଯାତ୍ରା

ପୁଣି ଆରମ୍ଭ ହେବ କୈଳାଶ ମାନସରୋବର ଯାତ୍ରା। ଏହି ଯାତ୍ରା ଜୁନ ମାସରେ ନାଥୁଲା ରୁଟ ଦେଇ ଆରମ୍ଭ ହେବ। ଏଥି ପାଇଁ ଏବେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। କୈଳାଶ ମାନସରୋବର ଯାତ୍ରା ବୈଦେଶିକ ମନ୍ତ୍ରଣାଳୟ ତରଫରୁ ଆୟୋଜନ କରାଯାଏ । ଏହି ଯାତ୍ରା ଜୁନ୍ ୨୦୨୫ରୁ ଆରମ୍ଭ ହୋଇ ଅଗଷ୍ଟ ୨୦୨୫ରେ ଶେଷ ହେବ । ମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ କହିବା ମୁତାବକ, ଯେଉଁ ଯାତ୍ରୀମାନେ ମାନସରୋବର ଯାତ୍ରା ପାଇଁ ରେଜିଷ୍ଟର କରିଥିଲେ, ସେମାନଙ୍କୁ କମ୍ପ୍ୟୁଟର ମାଧ୍ୟମରେ ଚୟନ କରାଯାଇଛି ।

ଯାତ୍ରା ପାଇଁ ଚୟନ ହୋଇଥିବା ଶ୍ରଦ୍ଧାଳୁଙ୍କୁ ସୂଚନା ଏସଏମଏସ ଏବଂ ଇମେଲ ଜରିଆରେ ସୂଚନା ମିଳିବ । ଶ୍ରଦ୍ଧାଳୁ ନିଜର ଚୟନ ଷ୍ଟାଟସ ୱେବସାଇଟ https://kmy.gov.in) କିମ୍ବା ହେଲପଲାଇନ ନଂ ୦୧୧-୨୩୦୮୮୧୩୩କୁ ଯାଇ ଦେଖିପାରବେ ।ସୂଚନାଯୋଗ୍ୟ, କୈଳାଶ ମାନସରୋବର ଯାତ୍ରା ପାଇଁ ୫୫୬୧ ଆବେଦକ ସଫଳତାପୂର୍ବକ ଅନଲାଇନ ରେଜିଷ୍ଟ୍ରେସନ କରିଥିଲେ । ଏଥିରେ ୪୦୨୪ ପୁରୁଷ ଏବଂ ୧୫୩୭ ମହିଳା ସାମିଲ ରହିଛନ୍ତି ।

Kailash Manasarovar Yatra

ପ୍ରତି ବ୍ୟାଚ ପାଇଁ ପ୍ରାୟ ୭୫୦ ଜଣଙ୍କୁ ଚୟନ କରାଯାଇଛି । ୫୦ ଜଣ ଯାତ୍ରୀ ୫ଟି ବ୍ୟାଚ ଲିପୁଲେଖ ରାସ୍ତାରେ ଏବଂ ୫୦ ଯାତ୍ରୀଙ୍କ ୧୦ଟି ବ୍ୟାଚ ନାଥୁ ଲା ରାସ୍ତାରେ ଯିବେ । ୨୦୧୭ରେ ଡୋକଲାମ ଗତିରୋଧ ଓ ୨୦୧୯ କୋଭିଡ ମହାମାରୀ ଲାଗି କୈଳାଶ ମାନସରୋବର ଯାତ୍ରା ୫ ବର୍ଷ ଧରି ବନ୍ଦ ଥିଲା। ତେବେ ଚଳିତବର୍ଷରୁ ଯାତ୍ରା ପୁଣି ଆରମ୍ଭ ହେବ ଏଥି ପାଇଁ ସିକ୍କିମରେ ଭାରତ-ଚୀନ୍ ସୀମା ମଧ୍ୟରେ ଚୂଡ଼ାନ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+