ଜନ୍ମାଷ୍ଟମୀ ଉତ୍ସବରେ କୃଷ୍ଣଙ୍କ ବେଶରେ ମୁସଲିମ ବାଳକ
ଚଳିତ ବର୍ଷ ଶୁକ୍ରବାର ଦିନ କୃଷ୍ଣ ଜନ୍ମାଷ୍ଟମୀ ପାଳନ ଅବସରରେ କର୍ଣ୍ଣାଟକର ବେଲାଗାଭିର ଜଣେ ମୁସଲମାନ ବ୍ୟକ୍ତି ତାଙ୍କ ନାତିଙ୍କୁ ଭଗବାନ କୃଷ୍ଣ ପରି ପୋଷାକ ପିନ୍ଧାଇ ଉତ୍ସବରେ ସାମିଲ କରାଇଛନ୍ତି ।
ବେଙ୍ଗାଲୁରୁ: ଚଳିତ ବର୍ଷ ଶୁକ୍ରବାର ଦିନ କୃଷ୍ଣ ଜନ୍ମାଷ୍ଟମୀ ପାଳନ ଅବସରରେ କର୍ଣ୍ଣାଟକର ବେଲାଗାଭିର ଜଣେ ମୁସଲମାନ ବ୍ୟକ୍ତି ତାଙ୍କ ନାତିଙ୍କୁ ଭଗବାନ କୃଷ୍ଣ ପରି ପୋଷାକ ପିନ୍ଧାଇ ଉତ୍ସବରେ ସାମିଲ କରାଇଛନ୍ତି । ସଦାଶିବ ନଗରର ଦସ୍ତଗିର ମୋକାଶୀଙ୍କ ପରିବାର ସେମାନଙ୍କ ନାତି ଆଡଭାନ୍ ଆସିଫ୍ ମୋକାଶୀଙ୍କୁ ଭଗବାନ କୃଷ୍ଣ ବେଶରେ ସଜାଇବା ସହିତ ଉତ୍ସବରେ ସାମିଲ କରି ଖୁବ ଆନନ୍ଦିତ ହୋଇଛନ୍ତି ।

ଆସିଫ ଏଲକେଜିରେ ପାଠ ପଢନ୍ତି । ତାଙ୍କ ବିଦ୍ୟାଳୟରେ ଏକ ଡ୍ରେସିଂ ପ୍ରତିଯୋଗିତା କରିଥିଲେ ଯେଉଁଥିରେ ତାଙ୍କୁ ଭଗବାନ କୃଷ୍ଣଙ୍କ ପରି ପୋଷାକ ପିନ୍ଧି ଆସିବାକୁ କୁହାଯାଇଥିଲା । ଏହାପରେ ଆସିଫଙ୍କ ପରିବାର ତାଙ୍କୁ ସ୍କୁଲ ସହ ସ୍ଥାନୀୟ ଉତ୍ସବରେ ସାମିଲ କରାଇଥିଲେ । ଏହି ମୁସଲିମ ପରିବାର ପୂର୍ବରୁ ଜନ୍ମାଷ୍ଟମୀରେ କେବେ ପୂଜା ଆଦି କରିନଥିଲେ । ପ୍ରଥମ ଥର ଏଥିରେ ସାମିଲ ହୋଇ ଆନନ୍ଦିତ ହୋଇଛନ୍ତି ।
ଏ ବିଷୟରେ ଦାସତାଗିର ମୋକାଶୀ କହିଛନ୍ତି, "ଆମର ଏକ ରାଷ୍ଟ୍ର ଯେଉଁଠାରେ ସମସ୍ତ ହିନ୍ଦୁ ଏବଂ ମୁସଲମାନ ମାନେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସହ-ବିଦ୍ୟମାନ ଅଛନ୍ତି। ଗୋକୁଳାଷ୍ଟମୀ ଅବସରରେ ବିଦ୍ୟାଳୟର ଶିକ୍ଷକମାନେ ଆମ ନାତିକୁ କୃଷ୍ଣଙ୍କ ପରି ପୋଷାକ ପିନ୍ଧିବାକୁ କହିଥିଲେ। ତାଙ୍କ ମା, ଜେଜେମା ଏବଂ ମୋ ସମେତ ପରିବାରର ସମସ୍ତେ ତାଙ୍କୁ ପୋଷାକ ପିନ୍ଧିବାକୁ ଉତ୍ସାହିତ ଥିଲେ । ସେ ମଧ୍ୟ ଏହାକୁ ନେଇ ବହୁତ ଉତ୍ସାହିତ ମନେ ହେଉଥିଲେ । ଆମେ ଧର୍ମ ବିଷୟରେ ଚିନ୍ତା କରୁନାହୁଁ, ଏହା ଉତ୍ସବର ବିଷୟ ବୋଲି ମୋକାଶୀ ଆହୁରି ମଧ୍ୟ କହିଛନ୍ତି। ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ତାଙ୍କ ପରିବାର ଆରମ୍ଭରୁ ରାମନବମୀରେ ଅଂଶଗ୍ରହଣ କରିଥିଲେ। ଆମ ପାଇଁ ରାମ, ରହିମ ସମସ୍ତେ ସମାନ ବୋଲି ସେ କହିଛନ୍ତି।












Click it and Unblock the Notifications