ଓମ୍ ବିର୍ଲାଙ୍କୁ ଟକ୍କର ଦେବେ କେ ସୁରେଶ

ନୂଆଦିଲ୍ଳୀ: ଶାସକ ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ ବିରୋଧୀ ନିଜ ନିଜର ବାଚସ୍ପତି ପ୍ରାର୍ଥୀ ଚୟନ କରି ସାରିଛନ୍ତି । ମଙ୍ଗଳବାର ଦିନ ଶାସକ ଏନ୍‌ଡିଏ ବାଚସ୍ପତି ପ୍ରାର୍ଥୀ ଭାବେ ପୁଣି ଥରେ ଓମ ବିର୍ଲାଙ୍କୁ ବାଛିଥିବା ବେଳେ ବିରୋଧୀ ଇଣ୍ଡିଆ ବ୍ଳକ୍ କେ ସୁରେଶଙ୍କୁ ତାଙ୍କର ପ୍ରାର୍ଥୀ ଭାବେ ଚୟନ କରିଛି ।

ଆସନ୍ତାକାଲି ଲୋକସଭାର ବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ ଉଭୟ ଶାସକ ଓ ବିରୋଧୀ ସେମାନଙ୍କ ପ୍ରାର୍ଥୀ ବାଛି ସାରିଛନ୍ତି ।ମଙ୍ଗଳବାର ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଓମ୍ ବିର୍ଲା । ଏନଡିଏ ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଇଣ୍ଡି ମେଣ୍ଟ ପକ୍ଷରୁ କେ. ସୁରେଶ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ।

Lok Sabha speaker elections

କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେସି ଭେନୁଗୋପାଲ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଆଲୋଚନା ପରେ ସହମତି ହୋଇପାରି ନାହିଁ । ଏହି ସଭାରେ ଉପସ୍ଥିତ ଥିବା ଡିଏମକେ ନେତା ଟିଆର ବାଲୁ ମଧ୍ୟ ରାଜନାଥ ସିଂଙ୍କ କାର୍ଯ୍ୟାଳୟରୁ ବାହାରି ଲୋକ ସଭା ବାଚସ୍ପତି ପଦ ପାଇଁ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ମନା କରିଦେଇଥିଲେ ।
କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର କହିଛନ୍ତି ଯେ ବିରୋଧୀ ଦଳକୁ ଡେପୁଟି ସ୍ପିକର ପଦ ପ୍ରଦାନ କରିବାର ପରମ୍ପରା ରହିଛି ଏବଂ ଯଦି ମୋଦି ସରକାର ଏହି ପରମ୍ପରାକୁ ଅନୁସରଣ କରିଥାନ୍ତେ, ତା'ହେଲେ ବାଚସ୍ପତି ନିର୍ବାଚନରେ ସମଗ୍ର ବିରୋଧୀ ସରକାରଙ୍କୁ ସମର୍ଥନ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+