ଦିଲ୍ଲୀ ମଦ ଦୁର୍ନୀତି ମାମଲା: ପୁଣି ବଢିଲା କେ କବିତାଙ୍କ ନ୍ୟାୟିକା ହେପାଜତ ଅବଧି
K.Kavitha's Judicial Custody Extended Till July 3: ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ବିଆରଏସ ନେତ୍ରୀ କେ କବିତାଙ୍କୁ ଲାଗିଲା ଝଟକା । ପୁଣି କବିତାଙ୍କ ନ୍ୟାୟିକା ହେପାଜତ ଅବଧି ବୃଦ୍ଧି କରିଛନ୍ତି । ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଆଜି କବିତାଙ୍କ ନ୍ୟାୟିକ ହେପାଜତର ଅବଧିକୁ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ସୂଚନା ଅନୁସାରେ, ଦିଲ୍ଲୀ ମଦ ଦୁର୍ନୀତି ଅର୍ଥ ହେରଫେର ମାମଲାରେ କେ କବିତାଙ୍କୁ ଗିରଫ କରାଯାଇଛି । କେ କବିତାଙ୍କ ନ୍ୟାୟିକା ହେପାଜତ ଅବଧି ବୃଦ୍ଧି କରିବା ପାଇଁ ଆବେଦନ କରାଯାଇଥିଲା । ହେଲେ କେ କବିତାଙ୍କୁ କୋର୍ଟଙ୍କ ପକ୍ଷରୁ କୌଣସି ଆଶ୍ୱସ୍ତି ମିଳିନାହିଁ । ଏହି ମାମଲାରେ ଅନ୍ୟ ୩ ଜଣଙ୍କୁ ଜାମିନ ମିଳିଛି ।
ପ୍ରିନ୍ସ, ଅରବିନ୍ଦ ଏବଂ ଦାମୋଦରଙ୍କୁ ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ତ ଆଧାରରେ ବେଲ୍ ମିଳିଛି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କବିତାଙ୍କ ବିରୋଧରେ ୨ଟି ଅଭିଯୋଗ ରହିଛି । ଗୋଟିଏ ଇଡି ଏବଂ ଅନ୍ୟଟି ସିବିଆଇ ଏକ ମାମଲା ରୁଜୁ କରିଛି ।












Click it and Unblock the Notifications