ଜେଲ୍ ଗଲେ କେ. କବିତା; ବିଚାର ବିଭାଗୀୟ ହାଜତକୁ ଗଲେ BRS ନେତ୍ରୀ
ଜେଲ୍ ଗଲେ କେ. କବିତା । ବିଚାର ବିଭାଗୀୟ ହାଜତକୁ ଗଲେ BRS ନେତ୍ରୀ କେ. କବିତା । ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ । ED ହେପାଜତ ଶେଷ ହେବା ପରେ ବିଚାର ବିଭାଗୀୟ ହାଜତ ଗଲେ ।
ଏପ୍ରିଲ ୧ ତାରିଖରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନର ଶୁଣାଣି । ଦିଲ୍ଲୀ ମଦ ନୀତି ସ୍କାମ୍ ମାମଲାରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଇଡିର ଅଭିଯୋଗ ଅନୁଯାୟୀ, ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ କବିତା 'ସାଉଥ ଗ୍ରୁପ୍'ର ଜଣେ ମୁଖ୍ୟ ସଦସ୍ୟ, ଯାହା ପ୍ରତ୍ୟାହୃତ ହୋଇସାରିଥିବା ନୂଆ ଅବକରୀ ନୀତି ଅଧୀନରେ ଆପ୍କୁ ୧୦୦ କୋଟି ଟଙ୍କା ଦେଇ ମଦ ଲାଇସେନ୍ସ ପାଇଥିଲା। ଇଡି କହୁଛି ଆପ୍ ଏହି ଅର୍ଥକୁ ଗୋଆ ଓ ପଞ୍ଜାବ ବିଧାନସଭା ନିର୍ବାଚନରେ ଲଗାଇଥିଲା।
କେ କବିତାଙ୍କ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ ୧୫ ତାରିଖରେ କେ କବିତାଙ୍କୁ ଗିରଫ କରିଥିଲା। ତା'ପରେ ତାଙ୍କୁ କୋର୍ଟରେ ହାଜର କରାଇ ରିମାଣ୍ଡରେ ନେଇଥିଲା ଇଡି। ଗତ ସପ୍ତାହରେ ତାଙ୍କୁ ଆଉ ଥରେ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଥିଲେ କୋର୍ଟ ।
ସୂଚନା ଥାଉକି, ପ୍ରତ୍ୟାହୃତ ହୋଇ ସାରିଥିବା ଦିଲ୍ଲୀ ଅବକାରୀ ନୀତିରୁ ଫାଇଦା ହାସଲ କରିବା ପାଇଁ ସେ କ୍ଷମତାସୀନ ଆପର ବରିଷ୍ଠ ନେତାମାନଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି। ଏହି କାରଣରୁ ଶୁକ୍ରବାର ଇଡି ଓ ଆୟକର ବିଭାଗ କେ କବିତାଙ୍କ ହାଇଦ୍ରାବାଦସ୍ଥିତ ବାସଭବନରେ ରେଡ କରିଥିଲେ। ଏହାପରେ ତାଙ୍କୁ ସନ୍ଧ୍ୟାରେ ଇଡି ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ଦିଲ୍ଲୀ ଅଣାଯାଇଛି। ତେବେ ଦିଲ୍ଲୀର ଅବକାରୀ ନୀତିରୁ ଫାଇଦା ହାସଲ କରିବା ପାଇଁ କ୍ଷମତାସୀନ ଆପ୍କୁ ସାଉଥ ଗ୍ରୁପ ୧୦୦ କୋଟି ଟଙ୍କା ଦେଇଥିଲା। ଏହି ଗ୍ରୁପର ସଦସ୍ୟ ହେଉଛନ୍ତି କବିତା ବୋଲି ଇଡି ଚାର୍ଜଶିଟରେ ଅଭିଯୋଗ କରିଛି। ଏହି ତଥାକଥିତ ଦୁର୍ନୀତି ଘଟଣାରେ ସିବିଆଇର ଗୋଟିଏ ଟିମ କବିତାଙ୍କ ବୟାନ ୨୦୨୨ ମସିହା ଡିସେମ୍ବର ୧ରେ ରେକର୍ଡ କରିଥିଲା। ଦୀର୍ଘ ୭ ଘଣ୍ଟା କାଳ ତାଙ୍କୁ ଜେରା କରିଥିଲା।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ












Click it and Unblock the Notifications