କେ କବିତାଙ୍କୁ ଲାଗିଲା ଝଟକା: ୧୫ ଏପ୍ରିଲ ପର୍ଯ୍ୟନ୍ତ ରିମାଣ୍ତରେ ନେଲା CBI
K. Kavitha: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କୁ ଗିରଫ କରାଯାଇଥିଲା । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ କେ କବିତାଙ୍କୁ 3 ଦିନ ପାଇଁ ସିବିଆଇ ରିମାଣ୍ତକୁ ପଠାଇଛନ୍ତି । କବିତାଙ୍କୁ ପଚରାଉଚରା ପାଇଁ ସିବିଆଇ 5 ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା ।

କୋର୍ଟରେ ଶୁଣାଣି ବେଳେ ସିବିଆଇ ଓକିଲ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟିକୁ 100 କୋଟି ଟଙ୍କା ଲାଞ୍ଚ ଦେବାରେ କେ କବିତା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ମଧ୍ୟରୁ ଜଣେ। ଜଣେ ବଡ ମଦ ବ୍ୟବସାୟୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ । ପରେ ଏହି ମାମଲାରେ କେ କବିତା ତାଙ୍କ ସହ ଯୋଗାଯୋଗ କରିବେ ବୋଲି କହିଥିଲେ କେଜ୍ରିୱାଲ ।
ସିବିଆଇ ଆହୁରି କହିଛି ଯେ, କେ କବିତା ହାଇଦ୍ରାବାଦରେ ବ୍ୟବସାୟୀଙ୍କୁ ଭେଟିଥିଲେ। ବିଜୟ ନାୟାରଙ୍କ କବିତା ସହିତ ଯୋଗାଯୋଗରେ ଥିଲେ । ଏହି ଟଙ୍କା ବ୍ୟବସ୍ଥା କରିବାରେ କବିତା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସିବିଆଇ କହିଛି ଯେ ଗୋଆ ନିର୍ବାଚନ ପାଇଁ ହାୱାଲା ମାଧ୍ୟମରେ ଟଙ୍କା ସଂଗ୍ରହ କରାଯାଇଛି। ଏନେଇ ଆମେ ହ୍ୱାଟ୍ସଆପ୍ ଚାଟ୍ ମଧ୍ୟ ଦାଖଲ କରିଛୁ।
ତଦନ୍ତକାରୀ ସଂସ୍ଥା କୋର୍ଟଙ୍କୁ କହିଛନ୍ତି ଯେ, କେ କବିତା ମଦ ବ୍ୟବସାୟୀଙ୍କ ସହ ପରେ ଯୋଗା ଯୋଗ କରିଥିଲେ ଏବଂ ହାଇଦ୍ରାବାଦରେ ଭେଟିବା ପାଇଁ ଡାକି ମଧ୍ୟ ଥିଲେ । ସେ ଉକ୍ତ ବ୍ୟବସାୟୀଙ୍କୁ କହିଥିଲେ 100 କୋଟି ଯୋଗାଡ଼ କରିବା ପାଇଁ ପଡିବ ଯାହା ମଧ୍ୟରୁ 50 କୋଟି ବ୍ୟବସାୟୀ ଜଣଙ୍କ ଦେବେ ।












Click it and Unblock the Notifications