ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କେ. କବିତାଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ଏବଂ ବିଆରଏସ ଏମଏଲସି କେ. କବିତାଙ୍କ ହାଇଦ୍ରାବାଦସ୍ଥିତ ବାସଭବନରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଆଜି ଚଢାଉ କରିଥିଲା । ଦିଲ୍ଲୀର ମଦ ସ୍କାମ ମାମଲାରେ ତାଙ୍କୁ ନାମିତ କରାଯାଇଥିଲା । ତାଙ୍କୁ ପୂର୍ବରୁ ଉଭୟ ଇଡି ଏବଂ ସିବିଆଇ ପଚରାଉଚରା ପାଇଁ ଡକାଯାଇଥିଲା । ଆଉ ବର୍ତ୍ତମାନ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍‌) ଏମ୍‌ଏଲ୍‌ସି କେ କବିତାଙ୍କୁ ଗିରଫ କରିଛି ।

ତଦନ୍ତକାରୀ ସଂସ୍ଥାର ଏକ ଟିମ୍ ତାଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ ଚଢ଼ାଉ କରିବାର କିଛି ଘଣ୍ଟା ପରେ ବିଆର୍ଏସ୍ ନେତ୍ରୀଙ୍କୁ ଗିରଫ କରାଯାଇଥିଲା । ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ କବିତାଙ୍କୁ ତଦନ୍ତ ପାଇଁ ଦିଲ୍ଲୀ ଅଣାଯିବ ବୋଲି ସୂତ୍ରରୁ ଜଣାପଡ଼ିଛି ।ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତା ଚଳିତ ବର୍ଷ ତଦନ୍ତକାରୀ ଏଜେନ୍‌ସି ଦ୍ୱାରା ଜାରି ହୋଇଥିବା ଅତି କମରେ ଦୁଇଟି ସମନକୁ ଏଡ଼ାଇ ଯାଇଥିଲେ ।

K Kavitha arrested

ସୂଚନାନୁସାରେ ଏହାପୂର୍ବରୁ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ବିଆରଏସ ଏମଏଲସି କବିତାଙ୍କୁ ପ୍ରାୟ ନଅ ଘଣ୍ଟା ପଚରାଉଚରା କରାଯାଇଥିଲା । ଇଡି ତାଙ୍କୁ ସାଉଥ ଗ୍ରୁପର ଏକ ଅଂଶ ବୋଲି ଅଭିହିତ କରିଛି ଯେଉଁଥିରେ ହାଇଦ୍ରାବାଦ ଭିତ୍ତିକ ବ୍ୟବସାୟୀ ଅଭିଷେକ ବୋଇନାପାଲ୍ଲୀ, ଅରୁଣ ପିଲ୍ଲାଇ ଏବଂ ଅନ୍ୟ ରାଜନୈତିକ ନେତାମାନେ ଆମ ଆଦମୀ ପାର୍ଟି କୁ ୧୦୦ କୋଟି ଟଙ୍କା ଲାଞ୍ଚ ପଠାଇଥିବା ଅଭିଯୋଗ ହୋଇଛି ।

ସେତେବେଳେ ବିଆରଏସ ଏମଏଲସି କବିତାଙ୍କୁ ପଚରାଉଚରା କରିବା ପରେ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ମନି ଲଣ୍ଡରିଂ ଘଟଣାରେ ଇଡି ତାଙ୍କ ପୂର୍ବତନ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବୁଚିବାବୁ ଗୋରାଣ୍ଟଲାଙ୍କୁ ମଧ୍ୟ ପଚରାଉଚରା କରିଥିଲା । ଦିଲ୍ଲୀ ଏକ୍ସାଇଜ ପଲିସି ୨୦୨୧-୨୨ ମାମଲାରେ ଅନିୟମିତତା ସମ୍ପର୍କରେ ଇଡି ଏପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୮ଥର ନୋଟିସ ପଠାଇଛି । ଏହା ସତ୍ତ୍ୱେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ତଦନ୍ତକାରୀ ଏଜେନ୍ସିରେ ହାଜର ହୋଇନାହାଁନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+