୧୪ ଦିନ ବଢ଼ିଲା କେଜ୍ରିୱାଲ ଏବଂ କବିତାଙ୍କ ନ୍ୟାୟିକ ହେପାଜତ , ଦିଲ୍ଲୀ ସିଏମ ତିହାରରେ ରହିବ ମେ ୭ ପର୍ଯ୍ୟନ୍ତ
ନୂଆଦିଲ୍ଲୀ: ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଆମ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ କବିତା ଏବଂ ଚାନପ୍ରୀତ ସିଂଙ୍କ ନ୍ୟାୟିକ ହେପାଜତ ଆସନ୍ତା ମେ ୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦିଲ୍ଲୀ ମଦ ନିତି ଦୁର୍ନିତ ମାମଲାରେ ଏହି ତିନିଜଣଙ୍କ ହେପାଜତକୁ ୧୪ ଦିନ ବୃଦ୍ଧି କରାଯାଇଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ତିହାର ଜେଲରେ ରହିବାକୁ ଯାଉଛନ୍ତି । କବିତାଙ୍କୁ ତିହାର ଜେଲରେ ମଧ୍ୟ ରଖାଯାଇଛି ।
ଦିଲ୍ଲୀ ମଦ ନତି ସହ ଜଡିତ ସିବିଆଇ ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ କବିତାଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି । କେଜ୍ରିୱାଲ, କବିତା ଏବଂ ଚାନପ୍ରୀତଙ୍କୁ ଭିଡିଓ କନଫରେନ୍ସ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା । ଗତ ମାସରେ ମାର୍ଚ୍ଚ ୨୧ ରେ ଅରବିନ୍ଦ କେଜ୍ରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ସେହିଭଳି କେଜ୍ରିୱାଲ ଗିରଫ ହେବାର ପ୍ରାୟ ଏକ ସପ୍ତାହ ପୂର୍ବରୁ ଇଡି ମାର୍ଚ୍ଚ ୧୫ ରେ ହାଇଦ୍ରାବାଦରୁ କବିତାଙ୍କୁ ଗିରଫ କରିଥିଲା । ଚାନପ୍ରୀତଙ୍କୁ ୧୫ ଏପ୍ରିଲରେ ଗିରଫ କରାଯାଇଥିଲା ।

ଏଥି ସହିତ ନ୍ୟାୟିକ ହେପାଜତ ବୃଦ୍ଧି କରିବାର ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଆମ୍ ଆଦମୀ ପାର୍ଟି ମୁଖ୍ୟଙ୍କ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଥିରେ କେଜ୍ରିୱାଲ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ଉପସ୍ଥିତିରେ ଦୈନିକ୧୫ ମିନିଟ ପାଇଁ ଡାକ୍ତରଙ୍କ ସହ ପରାମର୍ଶ ନେବାକୁ ଅନୁମତି ଦେବାକୁ କହିଥିଲେ । ତେବେ କେଜ୍ରିୱାଲଙ୍କୁ ଆବଶ୍ୟକ ଚିକିତ୍ସା ଦିଆଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ତିହାର ଜେଲ କର୍ତ୍ତୃପକ୍ଷ ଏମସ୍ ନିର୍ଦ୍ଦେଶକଙ୍କ ଦ୍ୱାରା ଗଠିତ ଏକ ମେଡିକାଲ ବୋର୍ଡ ନିଯୁକ୍ତ କରିବେ, ଯେଉଁଥିରେ ଜଣେ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଏବଂ ମଧୁମେହ ବିଶେଷଜ୍ଞ ମଧ୍ୟ ସାମିଲ ହେବେ । କେଜ୍ରିୱାଲଙ୍କ ରକ୍ତରେ ଥିବା ଗ୍ଲୁକୋଜ ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଇନସୁଲିନର ଆବଶ୍ୟକତା ଅଛି କି ନାହିଁ ତାହା ବୋର୍ଡ ସ୍ଥିର କରିବ । ଏହା ବ୍ୟତୀତ ବୋର୍ଡ ତାଙ୍କ ସ୍ୱାସ୍ଥ୍ୟ ସହ ଜଡିତ ଅନ୍ୟାନ୍ୟ ଦିଗ ଉପରେ ମଧ୍ୟ ଦୃଷ୍ଟି ଦେବ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications