ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା, ମିଳବ ବ୍ରହ୍ମୋସଠୁ ବି ଅଧିକ.....
ଭାରତ ନିଜର କେ-୬ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ଯାଉଛି। ସମୁଦ୍ରରେ ପରୀକ୍ଷଣ କରାଯିବାକୁ ଥିବା ଏହି କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ) ଦ୍ଵାରା ବିକଶିତ କରାଯାଇଛି।
ଏହାକୁ ଭାରତର ପରବର୍ତ୍ତୀ ଏସ-୫ ଶ୍ରେଣୀର ପରମାଣୁ କ୍ଷମତା ସମ୍ପନ୍ନ ବୁଡ଼ାଜାହାଜରେ ମୁତୟନ କରାଯିବାର ସମ୍ଭାବନା ରହିଛି। ଅନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର କେ-୬ର ଗେବ ଏବଂ ଦୂରତା ବ୍ରହ୍ନୋସଠାରୁ ବି ଅଧିକ। ତେଣୁ ଏହାକୁ ବ୍ରହ୍ମୋସଠୁ ଅଧିକ ଘାତକ କ୍ଷେପଣାସ୍ତ୍ର ବୋଲି କୁହାଯାଉଛି। ଭାରତ ଏହାର ପରୀକ୍ଷଣରେ ସଫଳ ହେଲେ ଶତ୍ରୁ ରାଷ୍ଟ୍ର ଚିନ୍ତାରେ ପଡ଼ିବେ।
ହାଇଦ୍ରାବାଦସ୍ଥିତ ଡିଆରଡିଓର ପରୀକ୍ଷାଗାରରେ ନିର୍ମିତ ଏହି କ୍ଷେପଣାସ୍ତ୍ର ସବୁଠୁ ଉନ୍ନତ ଏବଂ ଘାତକ କ୍ଷେପଣାସ୍ତ୍ର ମଧ୍ୟରେ ଗୋଟିଏ। ପୂର୍ବରୁ ଆମେରିକା, ଚୀନ, ଫ୍ରାନ୍ସ, ବ୍ରିଟେନ ଏବଂ ରୁଷ ପାଖରେ ଏଭଳି କ୍ଷେପଣାସ୍ତ୍ର ରହିଥିବାବେଳେ ଭାରତ ଏବେ ସେମାନଙ୍କ ସମକକ୍ଷ ହେବାକୁ ଯାଉଛି।

ଏହି କ୍ଷେପଣାସ୍ତ୍ରର ବେଗ ଘଣ୍ଟାପ୍ରତି ୯୨୦୦ କିଲୋମିଟର। ହାଇପରସୋନିକ ଅର୍ଥ ଏହାର ବେଗ ମ୍ୟାକ୍ ୭.୫, ଯାହା ଧ୍ବନିର ବେଗଠାରୁ ସାଢ଼େ ୭ଗୁଣ ଅଧିକ। ଏହାର ରେଞ୍ଜ ୮ ହଜାର କିଲୋମିଟର ରହିଛି। ଏହା ଅଧିକାଂଶ ରାଡାରକୁ ଚକମା ଦେବାର କ୍ଷମତା ରଖିଛି।












Click it and Unblock the Notifications