ଫ୍ୟାଶନ ଶୋ’ରେ ନିଜ ଜଲଓ୍ବା ଦେଖାଇଲେ ମୋଦି ସରକାରଙ୍କ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଫ୍ୟାଶନ ଶୋ'ରେ ନିଜ ଜଲଓ୍ବା ଦେଖାଇଛନ୍ତି ମୋଦି ସରକାରଙ୍କ ମନ୍ତ୍ରୀ। ରାମ୍ପ ଓ୍ବାକ୍‌ କରିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ତାଙ୍କ ସହ ରାଜ୍ୟ ମନ୍ତ୍ରୀ ସୁକାନ୍ତ ମଜୁମଦାର ମଧ୍ୟ ରାମ୍ପ ଓ୍ବାକ୍‌ କରିଛନ୍ତି। ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ଅଷ୍ଟଲକ୍ଷ୍ମୀ ମହୋତ୍ସବ ସମୟରେ ଫ୍ୟାଶନ ଶୋ'ରେ ଭାଗ ନେଇ ଏହି ଦୁଇ ମନ୍ତ୍ରୀ ସମସ୍ତଙ୍କୁ ଚକିତ କରିଦେଇଛନ୍ତି।

Jyotiraditya Scindia

ନର୍ଥଇଷ୍ଟ ଫ୍ୟାଶନକୁ ପ୍ରମୋଟ କରିବା ପାଇଁ ସିନ୍ଧିଆ ଓ ମଜୁମଦାର ନର୍ଥଇଷ୍ଟ ଷ୍ଟାଇଲରେ ଜ୍ୟାକେଟ ପିନ୍ଧି ରାମ୍ପ ଉପରେ ଚାଲିଥିଲେ। ସେମାନେ କୌଣସି ମଡେଲ ଠାରୁ କମ ଦେଖାଯାଉ ନଥିଲେ। ଭଭୟଙ୍କ ବେଶ ଷ୍ଟାଇଲିସ ଅନ୍ଦାଜରେ ଦେଖିବାକୁ ମିଳିଥିଲା। କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏକ ଫ୍ୟାଶନେବଲ କ୍ରିମ ରଙ୍ଗର ଜ୍ୟାକେଟ ପିନ୍ଧିଥିଲେ। ତାଙ୍କ ବେକରେ ଏକ ଲାଲ ରଙ୍ଗର ମଫଲର ଥିଲା। ଏଥିସହିତ ସୁକାନ୍ତ ମଜୁମଦାର ମଧ୍ୟ କ୍ରିମ ରଙ୍ଗର ଜ୍ୟାକେଟ ପିନ୍ଧିଥିଲେ। ସେ ମଧ୍ୟ ବେକରେ ଏକ ଲାଲ ରଙ୍ଗର ମଫଲର ବାନ୍ଧିଥିଲେ।

କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ସ୍ବତନ୍ତ୍ର ଫ୍ୟାଶନ ଶୋ' ବିଷୟରେ ଏକ୍ସ'ରେ ପୋଷ୍ଟ କରିଛନ୍ତି। ସିନ୍ଧିଆ ଲେଖିଛନ୍ତି, ବାସ୍ତବରେ ଏହା ସଂସ୍କୃତି ଏବଂ ସୃଜନଶୀଳତାର ଉତ୍ସବ। ଉତ୍ତର ପୂର୍ବ ଭାରତର ଚିତ୍ତାକର୍ଷକ ଶୈଳୀ ପ୍ରଦର୍ଶନ କରୁଥିବା ଫ୍ୟାଶନ ଶୋ'ରେ ଏକ ସୁନ୍ଦର ସମୟ ବିତାଇଲି। ପ୍ରତ୍ୟେକ ରାଜ୍ୟକୁ ଦକ୍ଷ କଳାକାର ଏବଂ ମଡେଲମାନେ ସୁନ୍ଦର ଭାବରେ ପ୍ରତିନିଧିତ୍ୱ କରିଥିଲେ। ମୋର ସହକର୍ମୀ ସୁକାନ୍ତ ମଜୁମଦାରଙ୍କ ସହ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବାରୁ ମୁଁ ଗର୍ବିତ ଅନୁଭବ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+