କଂଗ୍ରେସକୁ ଝଟକା ଦେଲେ ସିନ୍ଧିଆ, ୨୦୦ରୁ ଅଧିକ କଂଗ୍ରେସ ନେତା ସାମିଲ ହେଲେ ବିଜେପିରେ
ଗ୍ୱାଲିଅର୍ : କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପୁଣି ଥରେ କଂଗ୍ରେସକୁ ଏକ ବଡ଼ ଝଟକା ଦେଇଛନ୍ତି । ଚାମ୍ବଲ ଅଞ୍ଚଳର ୨୦୦ ରୁ ଅଧିକ କଂଗ୍ରେସ ନେତା କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି । କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ରାକେଶ ସିଂ ମାଭାଇଙ୍କ ନେତୃତ୍ୱରେ ୨୦୦ ରୁ ଅଧିକ କଂଗ୍ରେସ କାର୍ଯ୍ୟକର୍ତ୍ତା ସିନ୍ଧିଆ ପ୍ୟାଲେସରେ ବିଜେପିରେ ଯୋଗ ଦେଇଛନ୍ତି ।
ବର୍ତ୍ତମାନ ସିନ୍ଧିଆ ତାଙ୍କର ପାଞ୍ଚ ଦିନିଆ ଗସ୍ତରେ ଗ୍ୱାଲିଅର୍ ଚାମ୍ବଲ ଅଞ୍ଚଳରେ ଅଛନ୍ତି ଏବଂ ସେ ପ୍ରତ୍ୟେକ ଜିଲ୍ଲାର ସମର୍ଥକ ଏବଂ କର୍ମୀଙ୍କୁ ଭେଟୁଛନ୍ତି । ସୁଚନାନୁସାରେ ମୋରେନା ବିଧାନସଭାର କଂଗ୍ରେସ ବିଧାୟକ ରାକେଶ ମାଭାଇ କଂଗ୍ରେସ ଉପରେ ଆକ୍ରୋଶ ହୋଇ ରହିଥିଲେ । କାରଣ ବିଧାନସଭା ନିର୍ବାଚନରେ ଟିକେଟ ନ ପାଇ ରାକେଶ ମାଭାଇ ନିକଟରେ ବିଜେପିରେ ଯୋଗ ଦେଇଥିଲେ ।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଉପସ୍ଥିତିରେ ଦିଲ୍ଲୀରେ ରାକେଶ ମାଭାଇ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ । ମାଭାଇ କଂଗ୍ରେସ ଛାଡ଼ି ଦଳକୁ ଝଟକା ଦେଇଥିବା କିଛି ଦିନ ବିତିନି ପୁଣି କେନ୍ଦ୍ରମନ୍ତ୍ରୀ ସିନ୍ଧିଆ ରାମେଶ ମାଭାଇଙ୍କ ମାଧ୍ୟମରେ କଂଗ୍ରେସକୁ ପୁଣି ଥରେ ଆଉ ଏକ ଝଟକା ଦେଇଛନ୍ତି । ଭାଜପା ଆସିଥିବା ପୂର୍ବ ବିଧାୟକ ରାକେଶ ସିଂହ ମାବଇଙ୍କ ନେତୃତ୍ୱରେ ୨୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ଭାଜପାରେ ଯୋଗ ଦେଇଛନ୍ତି ।












Click it and Unblock the Notifications