ଭାଇରାଲ ହେଲା ରାହୁଲ ଗାନ୍ଧିଙ୍କ ସହ ଜ୍ୟୋତି ମାଲହୋତ୍ରାଙ୍କ ଫଟୋ
ରାହୁଲ ଗାନ୍ଧିଙ୍କ ସହ ଜ୍ୟୋତି ମାଲହୋତ୍ରାଙ୍କ ଫଟୋ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋକୁ ନେଇ ତମ୍ଭିତୋଫାନ । ଫଟୋରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସହ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଛିଡ଼ା ହୋଇଥିବା ଦେଖାଯାଇଛି ।

ଜ୍ୟୋତି ଶାଢୀ ପିନ୍ଧି ରାହୁଲଙ୍କ କଡ଼ରେ ଛିଡ଼ା ହୋଇଛନ୍ତି । ଦ୍ବିତୀୟ ଫଟୋରେ ରାହୁଲଙ୍କୁ ଧରି ଫଟୋ ପାଇଁ ପୋଜ ଦେଉଛନ୍ତି । ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ ରାହୁଲଙ୍କ ପ୍ରତି ନକରାତ୍ମକ ମନ୍ତବ୍ୟ ପ୍ରକାଶ ପାଇଛି । ତେବେ ଖୋଳତାଡ଼ ପରେ ଏହି ଫଟୋ ଏଡିଟେଡ ହୋଇଥିବା ଜଣାପଡ଼ିଛି ।
ପ୍ରକୃତ ଫଟୋରେ ଏହା କଂଗ୍ରେସ ନେତ୍ରୀ ଅଦିତି ସିଂଙ୍କର ବୋଲି ଜଣାପଡ଼ିଛି । ଅଦିତିଙ୍କ ଫଟୋକୁ ଏଡିଟ କରାଯାଇ ସେଠାରେ ଜ୍ୟୋତିଙ୍କ ଫଟୋ ଯୋଡ଼ାଯାଇଥିବା ଜଣାପଡ଼ିଛି । ପାକିସ୍ତାନ ପାଇଁ ଗୁପ୍ତଚରବୃତ୍ତି ଅଭିଯୋଗରେ ଗିରଫ ହୋଇଛନ୍ତି ଜ୍ୟୋତି ମାଲହୋତ୍ରା ।
ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ଗୁଇନ୍ଦାଗିରି କରୁଥିଲେ ଜ୍ୟୋତି । ନୂଆଦିଲ୍ଲୀସ୍ଥିତ ପାକ ହାଇକମିସନରେ କାର୍ଯ୍ୟରତ କର୍ମଚାରୀ ଦାନିସଙ୍କୁ ଗୋପନୀୟ ତଥ୍ୟ ପ୍ରଦାନ ଅଭିଯୋଗରେ ଗିରଫ ହୋଇଛନ୍ତି ।












Click it and Unblock the Notifications