ଦେଶଦ୍ରୋହୀ ଜ୍ୟୋତି ମଲହୋତ୍ରା: ପାକିସ୍ତାନକୁ ଦେଇଥିଲା ସବୁ ଖବର, ପାକିସ୍ତାନରୁ ମିଳିଥିଲା ଟ୍ରେନିଂ.

କେମିତି ପାକିସ୍ତାନକୁ ଭାରତର ତଥ୍ୟ ଦେଉଥିଲେ ଜ୍ୟୋତି ? ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି କେମିତି ନିଜ ଦେଶର ଗୁପ୍ତତଥ୍ୟକୁ ଦେଉଥିଲେ ଏବଂ ଏହାର ମାଧ୍ୟମ କଣ ଥିଲା ? ଗିରଫ ପରେ ସାମ୍ନାକୁ ଆସିଛି ସାଙ୍ଘାତିକ ସତ ।

କୁହାଯାଉଛି ନିଜ ଭିଡିଓ ମାଧ୍ୟମରେ ଏବଂ ଜିଓଟ୍ୟାଗ୍ ମାଧ୍ୟମରେ ଭାରତର ସମ୍ବେଦନଶୀଳ ସ୍ଥାନର ସବିଶେଷ ତଥ୍ୟ ଦେବାକରେ ଜ୍ୟୋତି ପାକିସ୍ତାନ ଏଜେଣ୍ଟଙ୍କୁ ସାହାଯ୍ୟ କରୁଥିଲେ । ଜ୍ୟୋତି ପାକିସ୍ତାନ ଗସ୍ତ ବେଳେ ତାଙ୍କୁ ବିଭିନ୍ନ ତାଲିମ ଦିଆଯାଉଥିଲା । କେଉଁ ଆଙ୍ଗେଲରେ କ୍ୟାମେରା ଧରିବେ, କ୍ୟାମେରାରେ କଣ କଣ ଦେଖାଇବେ ଏବଂ କେଉଁ ସ୍ଥାନରେ କେଉଁ କ୍ୟାମେରା ବ୍ୟବହାର କରିବେ... ସବୁ ପ୍ରକାର ଟ୍ରେନିଂ ଦିଆଯାଉଥିଲା ।

ଯେତେବେଳେ ପହଲଗାମ୍ ଆକ୍ରମଣର ବଦଲା ନେବାକୁ ଭାରତର ପକ୍ଷରୁ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନର ଆତଙ୍କୀ ଆଡ୍ଡାରେ ଏୟାର ଷ୍ଟ୍ରାଇକ୍ କରି ଧ୍ବଂସ କରାଗଲା ଆଉ ପାକିସ୍ତାନକୁ ପାନେ ଦେବାକୁ ପାକର ବିଭିନ୍ନ ସ୍ଥାନରେ ଆକ୍ରମଣ କରାଗଲା । ଆଉ ପାକିସ୍ତାନ ପଟୁ ହେଉଥିବା ଆକ୍ରମଣକୁ ପଣ୍ଡ କରି ଯେତେବେଳେ ନାଗରିକଙ୍କ ସୁରକ୍ଷା ପାଇଁ ବ୍ଲାକ ଆଉଟ୍ ଭଳି ପନ୍ଥା ଆପଣା ଯାଉଥିଲା ଠିକ୍ ସେତେବେଳେ ଏ ଗଦ୍ଦାର... ଏ ବେଇମାନ... ଏ ଦେଶଦ୍ରୋହୀ ଜ୍ୟୋତି ମଲହୋତ୍ରା ପାକିସ୍ତାନ ସହ ସମ୍ପର୍କରେ ଥିଲେ... ଆଉ ଶତ୍ରୁ ଦେଶକୁ ଭାରତରେ ଘଟୁଥିବା ଘଟଣାର ଅପଡେଟ୍ ଦେଉଥିଲେ...

କେତେବେଳେ ସାଇରନ ବାଜିଲା, କେତେବେଳେ କେଉଁଠି ବ୍ଲାକ ଆଉଟ୍ ହେଲା ସବୁ ତଥ୍ୟ ପାକିସ୍ତାନୀ ଆଇଏସଆଇ ଏଜେଣ୍ଟଙ୍କୁ ଦେଉଥିଲେ ଜ୍ୟୋତି । ସୀମାବର୍ତ୍ତୀ ଅଞ୍ଚଳରେ ସାଇରନ୍ ବାଜିବା ଠାରୁ ଆରମ୍ଭ କରି ପ୍ରାଶାସନିକ ଅଧିକାରୀଙ୍କୁ ପଠାଯାଇଥିବା ବ୍ଲାକଆଉଟ୍ ସଂକ୍ରାନ୍ତ ସବୁ ତଥ୍ୟ ପାକ୍ ଅଧିକାରୀଙ୍କ ସହ ସେୟାର କରିଥିଲେ ଜ୍ୟୋତି । ଯାହାକୁ ପରେ ଡିଲିଟ୍ କରିଦେଇଥିଲେ । ମାତ୍ର ଏବେ ଫରେନ୍ସିକ୍ ଯାଞ୍ଚ ପରେ ଧୀରେଧୀରେ ଜ୍ୟୋତିଙ୍କ ସବୁ ହରକତ୍‌ ଧରାପଡ଼ୁଛି ।

ଫରେନ୍ସିକ୍‌ ଯାଞ୍ଚ ବେଳେ ଜ୍ୟୋତିଙ୍କ ମୋବାଇଲରୁ ଭାରତୀୟ ସେନା ସହ ଜଡ଼ିତ ତଥ୍ୟ ହସ୍ତଗତ ହୋଇଛି । ସେହିପରି ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନୀ ଦୂତାବାସ ଅଧିକାରୀଙ୍କ ସହ କରିଥିବା ହ୍ବାଟ୍ସଆପ୍ ଚାଟିଂ ମଧ୍ୟ ଜ୍ୟୋତି ଡିଲିଟ୍ କରିଥିବା ଫରେନ୍ସିକ ଯାଞ୍ଚ ବେଳେ ଜଣାପଡିଛି । ଜ୍ୟୋତି ବି ମାନିଛନ୍ତି ସେ ଭାରତରେ ଥିବା ପାକ୍ ଦୂତାବାସ କର୍ମଚାରୀଙ୍କ ସହ ଲିଙ୍କରେ ଥିଲେ ବୋଲି । ପାକିସ୍ତାନରୁ ଜ୍ୟୋତିଙ୍କ ଆକାଉଣ୍ଟକୁ ଟଙ୍କା ଆସୁଥିବା ନେଇ ଅଭିଯୋଗ ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ତଦନ୍ତ କରାଯାଉଛି । ଯାହା ଜ୍ୟୋତିଙ୍କ ଗୁମର ଫିଟାଇବାରେ ସହାୟକ ହୋଇପାରେ ।

Jyoti Malhotra

୧-ଲମ୍ବା ଭିଡିଓ ବ୍ଲଗ କରୁଥିଲେ ଜ୍ୟୋତି । ଯାହାର ଅବଧି ୩୦ ମିନିଟ୍ ରହୁଥିଲା । ଯେଉଁଥିରେ ସେ ଜମ୍ମୁର ସମ୍ବେଦନଶୀଳ ସ୍ଥାନ ସବୁ ଦେଖାଉଥିଲେ
୨-ଛୋଟ ଭିଡିଓ ମାଧ୍ୟମରେ ସେ ମଧ୍ୟ ତଥ୍ୟ ଦେଉଥିଲେ, ଯାହାର ଅବଧି ରହୁଥିଲା ୧ ମିନିଟ୍
୩-ଲାଇଭ ଚାଟ୍- ଯେଉଁଥିରେ ଜ୍ୟୋତି ଲାଇଭ ଲୋକେସନର ଦୃଶ୍ୟ ଦେଖାଇବା ବେଳେ ଜ୍ୟୋତିଙ୍କ ପାକିସ୍ତାନୀ ପ୍ରଶଂସକ ତାଙ୍କୁ ଉକ୍ତ ସ୍ଥାନର ନାଁ ଏବଂ ସବିଶେଷ ତଥ୍ୟ ପଚାରନ୍ତି ଆଉ ଜ୍ୟୋତି ତାର ଉତ୍ତର ଦିଅନ୍ତି । ଯାହା ପାକିସ୍ତାନୀ ଏଜେଣ୍ଟଙ୍କ ପାଇଁ ହିଁ ପରୋକ୍ଷରେ ସନ୍ଦେଶ ଥାଏ ।

କୁହାଯାଉଛି କି ଜ୍ୟୋତି ଯେଉଁ କ୍ୟାମେରା ବ୍ୟବହାର କରୁଥିଲେ ସେଥିରେ ସେଲ୍ଫି ମୋଡ୍ ହିଁ ନଥିଲା । ବ୍ୟାକ କ୍ୟାମେରାରେ ଯେମିତି ସବୁ ଲେଖା ସ୍ପଷ୍ଟ ରୁହେ, ସେଲ୍ଫି ଭିଡିଓରେ ବି ସେସବୁ ସ୍ପଷ୍ଟ ଦେଖା ଯାଉଥିଲା । ଯାହାକି ପାକିସ୍ତାନୀ ଏଜେଣ୍ଟଙ୍କୁ ସହଜ ହେବ ଉକ୍ତ ସ୍ଥାନର ପୂରା ଡିଟେଲ୍ସ ଜାଣିବାକୁ ।

ସେପଟେ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସହ ଜ୍ୟୋତି ଲିଙ୍କରେ ଥିବା ମାନିଛନ୍ତି । ପଚରାଉଚରା ସମୟରେ ଜ୍ୟୋତି କହିଛନ୍ତି, "୨୦୨୩ ମସିହାରେ, ମୁଁ ପାକିସ୍ତାନ ଯାତ୍ରା ପାଇଁ ଭିସା ବିଷୟରେ ପଚାରିବା ପାଇଁ ଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିସନ୍ ଯାଇଥିଲି " । ତେବେ ପାକିସ୍ତାନ, ଚାଇନା ବୁଲିବା ପରେ ଜ୍ୟୋତି ବାଂଲାଦେଶ ମଧ୍ୟ ବୁଲି ଯିବାର ପ୍ଲାନ କରିଥିଲେ ।

  • ସତ ମାନିଲେ ଜ୍ୟୋତି
  • ଜ୍ୟୋତିଙ୍କ ପ୍ରାଥମିକ ତଦନ୍ତ ଶେଷ ହୋଇଛି
  • ପ୍ରାଥମିକ ଜେରାରେ ସତ ମାନିଛନ୍ତି ପାକିସ୍ତାନୀ ଗୁପ୍ତଚର
  • ପାକିସ୍ତାନୀ ଅଧିକାରୀଙ୍କ ସହ ସମ୍ପର୍କ ଥିବା ସ୍ପଷ୍ଟ
  • 'ଟ୍ରାଭେଲ ୱିଥ୍ ଜୋ' ନାମରେ ୟୁଟ୍ୟୁବ୍ ଚ୍ୟାନେଲ ଅଛି
  • ୨୦୨୩ରେ ପାକିସ୍ତାନ ଯିବା ପାଇଁ ଭିସା ଆବେଦନ କରିଥିଲେ
  • ଭିସା ପାଇଁ ପାକିସ୍ତାନ ହାଇକମିସନ୍ କାର୍ଯ୍ୟାଳୟ ଅଫିସ ଯାଇଥିଲେ ଜ୍ୟୋତି
  • ସେଠାରେ ଅହସାନ-ଉର-ରହିମ ଓରଫ ଦାନିଶଙ୍କ ସହ ଜ୍ୟୋତିଙ୍କ ଭେଟ ହୋଇଥିଲା
  • ଦାନିଶ ସହ ଫୋନ୍‌ ଯୋଗେ ସମ୍ପର୍କ ରଖିଥିଲେ ଜ୍ୟୋତି
  • ପାକିସ୍ତାନରେ ଦାନିଶଙ୍କ ସହାୟତାରେ ଗୁଇନ୍ଦା ଅଧିକାରୀଙ୍କୁ ଭେଟିଥିଲେ ଜ୍ୟୋତି
  • ପାକିସ୍ତାନ ଗୁଇନ୍ଦା ଅଧିକାରୀ ଶାକିରଙ୍କ ଫୋନ୍ ନମ୍ବର ରାଣା ରନ୍ଧାୱା ନାମରେ ସେଭ୍ କରିଥିଲେ
  • ହ୍ବାଟ୍ସଆପ୍, ଟେଲିଗ୍ରାମ୍‌ ଓ ସ୍ନାପ୍ ଚାଟ୍ ଜରିଆରେ ପାକ୍ ଗୁଇନ୍ଦା ସହ ସମ୍ପର୍କରେ ଥିଲେ ଜ୍ୟୋତି
  • ଭାରତ ସୁରକ୍ଷା ସମ୍ପର୍କିତ ତଥ୍ୟ ଏହି ମାଧ୍ୟମରେ ପାକ୍ ଗୁପ୍ତଚରଙ୍କୁ ଦେଇଥିଲେ ଜ୍ୟୋତି
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+