ଜଷ୍ଟିସ୍ ଯଶବନ୍ତଙ୍କ ଅଡ଼ୁଆ ବଢ଼ିଲା:ବୈଠକ ଡଳାଇଲେ ରାଜ୍ୟସଭା ଅଧ୍ୟକ୍ଷ
ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୋବନ୍ତ ବର୍ମାଙ୍କ ସରକାରୀ ବାସଗୃହରୁ ଟଙ୍କା ଜବତ ହେବା ଘଟଣାରେ ଆଜି ସଂଧ୍ୟାରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଏକ ବୈଠକ ଡକାଇଛନ୍ତି । ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ବୋଲି ବର୍ଣ୍ଣନା କରି ରାଜ୍ୟସଭା ଅଧ୍ୟକ୍ଷ କହିଛନ୍ତି ଏହା ସଂସଦର ଗାରିମା ସହ ଜଡିତ ।

ଏହି ଘଟଣାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ନେଇଥିବା ତ୍ୱରିତ ପଦକ୍ଷେପକୁ ଶ୍ରୀ ଧନଖଡ ପ୍ରଶଂସା କରିଛନ୍ତି । ଆଜି ଶୂନ୍ୟକାଳରେ ସେ କହିଛନ୍ତି ଏହି ଘଟଣାରେ ଏକ ଫଳପ୍ରଦ ଆଲୋଚନା ହେବ ବୋଲି ସେ ଆଶା କରୁଛନ୍ତି । ରାଜ୍ୟସଭାରେ ବିରୋଧୀଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଅଧ୍ୟକ୍ଷଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଗତକାଲି ଶ୍ରୀ ଧନଖଡ ଗୃହର ନେତା ଜେ.ପି.ନଡ୍ଡା ଏବଂ ଶ୍ରୀ ଖଡଗେଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ ।












Click it and Unblock the Notifications