Get Updates
Get notified of breaking news, exclusive insights, and must-see stories!

ଘରୁ ପୁଳା ପୁଳା ଟଙ୍କା ବାହାରିବା ବିବାଦ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଯଶଓ୍ବନ୍ତ ବର୍ମା

ଘରୁ ପୁଳା ପୁଳା ଟଙ୍କା ବାହାରିବା ବିବାଦ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଯଶଓ୍ବନ୍ତ ବର୍ମା , ଏକ ଆଡ଼ମ୍ବର ବିହୀନ କାର୍ଯ୍ୟକ୍ରମରେ ସେ ଶପଥ ନେଇଛନ୍ତି । ତେବେ ତାଙ୍କ ବିରୋଧରେ ଇନ-ହାଉସ ତଦନ୍ତ ଚାଲିଥିବାଯାଏଁ ତାଙ୍କୁ କୌଣସି ବିଚାର ସଂକ୍ରାନ୍ତ ଦାୟିତ୍ବ ଦିଆଯିବ ନାହିଁ ବୋଲି ଜଣାପଡିଛି । ମାର୍ଚ୍ଚ 14ରେ ଜଷ୍ଟିସ୍ ବର୍ମାଙ୍କ ବାସଭବନରେ ଅଗ୍ନିକାଣ୍ଡରୁ ଏହି ମାମଲା ଆରମ୍ଭ ହୋଇଥିଲା। ନିଆଁ ଲାଗିବା ପରେ ଷ୍ଟୋର ରୁମରେ ଜଳିଯାଇଥିବା ନୋଟଗୁଡ଼ିକର ଗୁଣ୍ଡ ଦେଖିବାକୁ ମିଳିଥିଲା ​​ଏବଂ ଏତେ ପରିମାଣର ନଗଦ ଟଙ୍କା କେଉଁଠୁ ଆସିଲା ବୋଲି ପ୍ରଶ୍ନ ଉଠିଥିଲା।

ଏହାପୂର୍ବରୁ ମାର୍ଚ୍ଚ 24ରେ ସୁପ୍ରିମକୋର୍ଟ କଲେଜିୟମ ଏକ ପ୍ରସ୍ତାବ ଜାରି କରି ଜଷ୍ଟିସ ବର୍ମାଙ୍କୁ ତାଙ୍କ ମୂଳ କୋର୍ଟ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରିବାକୁ ସୁପାରିଶ କରିଥିଲେ। 20 ଏବଂ 24 ମାର୍ଚ୍ଚରେ ଅନୁଷ୍ଠିତ ବୈଠକରେ କଲେଜିୟମ୍ ଏହି ନିଷ୍ପତ୍ତି ନେଇଥିଲା। ତାଙ୍କ ବାସଭବନରୁ ଟଙ୍କା ଜବତ ହେବା ପରେ ଏହି ପ୍ରସଙ୍ଗକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଥିଲା । ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରିବା ଲାଗି ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ତାହାକୁ ବାର୍ ଆସୋସିଏସନ ବିରୋଧ କରିଥିଲା ।

justice varma

ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ପରେ ଜଷ୍ଟିସ ବର୍ମା ହେଉଛନ୍ତି ବରିଷ୍ଠତା ଭିତ୍ତିରେ ଷଷ୍ଠ । ଆହ୍ଲାବାଦ ବାର୍ ଆସୋସିଏସନର ବିରୋଧ ସତ୍ତ୍ବେ ତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆହ୍ଲାବାଦକୁ ବଦଳି ଲାଗି କେନ୍ଦ୍ର ବିଜ୍ଞପ୍ତି ଜାରି କରିଥିଲା । ବାର୍ ଆସୋସିଏସନ ପକ୍ଷରୁ କୁହାଯାଇଥିଲା, ଦୁର୍ନୀତି ଅଭିଯୋଗରେ ଜଡିତ ବିଚାରପତିଙ୍କୁ ବାର୍ ଆସୋସିଏସନ ଗ୍ରହଣ କରିବ ନାହିଁ । ଗତ ମାର୍ଚ୍ଚ ୧୪ରେ ଜଷ୍ଟିସ ବର୍ମାଙ୍କ ବାସଭବନରୁ ପୋଡା ଟଙ୍କା ଜବତ ହେବା ପରେ ହଇଚଇ ସୃଷ୍ଟି ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+