ଜଷ୍ଟିସ୍ ବର୍ମାଙ୍କ ବଢ଼ିଲା ଅଡ଼ୁଆ, ରାଷ୍ଟ୍ରପତିଙ୍କ ତଦନ୍ତ ରିପୋର୍ଟ ଦେଲେ .....
ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଘରୁ ଟଙ୍କା ଉଦ୍ଧାର ମାମଲାରେ ସୁପ୍ରିମକୋର୍ଟର ଆଭ୍ୟନ୍ତରୀଣ ତଦନ୍ତ କମିଟି ଏହାର ରିପୋର୍ଟ ସମାପ୍ତ କରିଛି। ଭାରତର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନା ଏହି ରିପୋର୍ଟକୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି। ଜଷ୍ଟିସ୍ ବର୍ମାଙ୍କ ପ୍ରତିକ୍ରିୟା ମଧ୍ୟ ରିପୋର୍ଟ ସହିତ ସାମିଲ କରାଯାଇଛି।
ସୁପ୍ରିମକୋର୍ଟ ଦ୍ୱାରା ଜାରି କରାଯାଇଥିବା ସରକାରୀ ବିବୃତ୍ତିରେ କୁହାଯାଇଛିପ୍ରଧାନ ବିଚାରପତି ୩ ମଇ୨୦୨୫ ତାରିଖରେ ୩ ଜଣିଆ କମିଟିର ରିପୋର୍ଟ ଏବଂ ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ଦ୍ୱାରା ପଠାଯାଇଥିବା ମେ ୬ ତାରିଖରେ ଚିଠିକୁ ଆଭ୍ୟନ୍ତରୀଣ ପ୍ରକ୍ରିୟା ଅନୁସାରେ ମହାମହିମ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି।"

୧୪ ମାର୍ଚ୍ଚ ସନ୍ଧ୍ୟାରେ ଦିଲ୍ଲୀରେ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା। ଯେତେବେଳେ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବାକୁ ପହଞ୍ଚିଲେସେତେବେଳେ ବହୁ ପରିମାଣର ଟଙ୍କା ମିଳିଥିବା ଜଣାପଡ଼ିଛି। ଏହି ସମୟ ମଧ୍ୟରେ ଜଷ୍ଟିସ୍ ବର୍ମା ଏବଂ ତାଙ୍କ ପତ୍ନୀ ଦିଲ୍ଲୀରେ ନଥିଲେ। ସେ ମଧ୍ୟପ୍ରଦେଶ ଗସ୍ତରେ ଥିଲେ। ଘରେ କେବଳ ତାଙ୍କ ଝିଅ ଏବଂ ବୃଦ୍ଧା ମାଆ ଉପସ୍ଥିତ ଥିଲେ।












Click it and Unblock the Notifications