ଶପଥ ନେଲେ ଦେଶର 49ତମ ପ୍ରଧାନ ବିଚାରପତି
ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ୟୁୟୁ ଲଳିତ। ଭାରତର 49ତମ ପ୍ରଧାନ ବିଚାରପତି ଭାବେ ସେ ଆଜି ଶପଥ ନେଇଛନ୍ତି । ରାଷ୍ଟ୍ରପତି ଭବନର ଦରବାର ହଲ୍ ଠାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି ।
ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ୟୁୟୁ ଲଳିତ। ଭାରତର 49ତମ ପ୍ରଧାନ ବିଚାରପତି ଭାବେ ସେ ଆଜି ଶପଥ ନେଇଛନ୍ତି । ରାଷ୍ଟ୍ରପତି ଭବନର ଦରବାର ହଲ୍ ଠାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଶପଥ ଗ୍ରହଣ ଉତ୍ସବରେ ୟୁୟୁ ଲଳିତଙ୍କ ତିନି ପିଢି ଉପସ୍ଥିତ ଥିଲେ । ଗତକାଲି ଜଷ୍ଟିସ୍ ଏନଭି ରମଣାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଜଷ୍ଟିସ୍ ଲଳିତ୍ ପରବର୍ତ୍ତୀ ସିଜେଆଇ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଦେଶର 49 ତମ ପ୍ରଧାନ ବିଚାରପତି ଭାବେ ସେ ମାତ୍ର 74ଦିନ ପାଇଁ କାର୍ଯ୍ୟ କରିବେ । ଚଳିତ ବର୍ଷ ନଭେମ୍ବର 8 ତାରିଖରେ ସେ ଅବସର ନେବେ ।
#WATCH | President Droupadi Murmu administers the oath of Office of the Chief Justice of India to Justice Uday Umesh Lalit at Rashtrapati Bhavan pic.twitter.com/HqayMJDwBB
— ANI (@ANI) August 27, 2022
ୟୁୟୁ ଲଳିତ୍ ଦିଲ୍ଲୀରେ ଅପରାଧିକ ମାମଲା ଲଢି ଟପ୍ କ୍ରିମିନାଲ ଲୟର ଭାବେ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି । କ୍ରିମିନାଲ ଲୟରରୁ ତାଙ୍କୁ ସୁପ୍ରିମକୋର୍ଟରେ ବରିଷ୍ଠ ଆଇନଜୀବୀ ଭାବେ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା । 2014 ମସିହାରେ ସେ ଜଣେ ଆଇନଜୀବୀରୁ ସେ ସିଧାସଳଖ ସୁପ୍ରିମକୋର୍ଟ ବିଚାରପତି ରୂପେ ନିଯୁକ୍ତ ହୋଇଥିଲେ । ସୁପ୍ରିମ୍କୋର୍ଟର 48ତମ ପ୍ରଧାନବିଚାରପତି ଜଷ୍ଟିସ୍ ଏନ୍.ଭି. ରମଣାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ରୂପେ 16 ମାସର କାର୍ଯ୍ୟକାଳରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ ।












Click it and Unblock the Notifications