ଭାରତର ୫୩ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ
ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସୋମବାର ଭାରତର ୫୩ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ବିଦାୟୀ ସିଜେଆଇ ବି.ଆର୍. ଗବଇ ରବିବାର ଅବସର ଗ୍ରହଣ କରିବା ପରେ ତାଙ୍କ ସ୍ଥାନରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ନୂଆ ସିଜେଆଇ ହେବାକୁ ଯାଉଛନ୍ତି। ଗତ ଅକ୍ଟୋବର ୩୦ରେ ତାଙ୍କୁ ପରବର୍ତ୍ତୀ ସିଜେଆଇ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହି ପଦବୀରେ ସେ ପାଖାପାଖି ୧୫ ମାସ ରହି ୨୦୨୭ ଫେବୃଆରୀ ୯ରେ ଅବସର ଗ୍ରହଣ କରିବେ। ୧୯୬୨ ଫେବୃଆରୀ ୧୦ରେ ହରିୟାଣାର ହିସାରରେ ଜନ୍ମିତ ସୂର୍ଯ୍ୟକାନ୍ତ ଏକ ଛୋଟ ସହରର ଆଇନଜୀବୀରୁ ଦେଶର ସର୍ବୋଚ୍ଚ ନ୍ୟାୟିକ ଅଧିକାରୀ ହୋଇଛନ୍ତି। ଜାତୀୟ ଗୁରୁତ୍ୱ ଏବଂ ସାମ୍ବିଧାନିକ ପ୍ରସଙ୍ଗ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ସେ ରାୟ ପ୍ରଦାନ କରିଛନ୍ତି। ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ, ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ, ପେଗାସସ୍ ସ୍ପାଏଓ୍ବେୟର ଆଦି ମାମଲାର ରାୟ ପ୍ରଦାନରେ ସେ ସାମିଲ ଥିଲେ।













Click it and Unblock the Notifications