ଶପଥ ନେଲେ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ
ଶପଥ ନେଲେ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି । ଦେଶର ୫୩ତମ CJI ଭାବେ ଶପଥ ନେଲେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ। ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨୦୨୭ ଫେବ୍ରୁଆରୀ ୯ ପର୍ଯ୍ୟନ୍ତ CJI ରହିବେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ।

ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହ ଏଥର ଥିଲା ସଂପୂର୍ଣ୍ଣ ଭିନ୍ନ । ଉତ୍ସବରେ ୬ଟି ଦେଶର ପ୍ରଧାନ ବିଚାରପତି, ଜଜ୍ ଏବଂ ସେମାନଙ୍କ ପରିବାର ସଦସ୍ୟ ସାମିଲ ହୋଇଥିଲେ । ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଶପଥ ଗ୍ରହଣ ଉତ୍ସବରେ ୬ଟି ଦେଶର ପ୍ରଧାନ ବିଚାରପତି ଏବଂ ବିଚାରପତିମାନେ ମଧ୍ୟ ଉପସ୍ଥିତ ଥିଲେ ।
ଏଭଳି ଦୃଶ୍ୟ ପ୍ରଥମ ଥର ଲାଗି ଦେଖିବାକୁ ମିଳିଛି । ୧୦ ଫେବୃଆରୀ, ୧୯୬୨ରେ ହରିୟାଣାର ହିସାର ଜିଲ୍ଲାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ସୂର୍ଯ୍ୟକାନ୍ତ। ୨୪ ମେ ୨୦୧୯ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ସେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ।












Click it and Unblock the Notifications