Get Updates
Get notified of breaking news, exclusive insights, and must-see stories!

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା, ଏହି ତାରିଖରେ ନେବେ ଶପଥ

Justice Sanjiv Khanna Next Chief Justice Of India: ଜଷ୍ଟିସ ସଞ୍ଜୀବ ଖାନ୍ନା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି । ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି। ତେବେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ ଖାନ୍ନାଙ୍କ ନାଁ ସୁପାରିସ କରିଥିଲେ। ଏହା ଉପରେ ଆଜି ମୋହର ବାଜିଛି। ଆସନ୍ତା ୧୧ ତାରିଖରେଜଷ୍ଟିସ ସଞ୍ଜୀବ ଖାନ୍ନା ପ୍ରଧାନ ବିଚାରପତି ଭାବେ ଶପଥ ନେବେ । ବର୍ତ୍ତମାନର ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ ନଭେମ୍ବର ୧୦ ରେ ଅବସର ନେବେ ।

Justice Sanjiv

ନଭେମ୍ବର ୧୧ ତାରିଖରୁ ଜଷ୍ଟିସ ଖାନ୍ନା ପ୍ରଧାନ ବିଚାରପତି ହେବେ। ସେ ଦେଶର ୫୧ ତମ ପ୍ରଧାନ ବିଚାରପତି ହେବେ। ସେ ୧୩ ମଇ ୨୦୨୫ ରେ ଅବସର ନେବାକୁ ଯାଉଛନ୍ତି। ଏହିପରି ତାଙ୍କର କାର୍ଯ୍ୟକାଳ ପ୍ରାୟ୬ ମାସ ହେବ ।

୧୯୮୩ ମସିହାରେ ଆଇନଜୀବୀ ଭାବେ ସେ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୦୫ ରେ ଜଷ୍ଟିସ ଖାନ୍ନା ଦିଲ୍ଲୀ ହାଇକୋର୍ଟର ବିଚାରପତି ହୋଇଥିଲେ। ଜାନୁଆରୀ ୨୦୧୯ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ତାଙ୍କୁ ଅପରାଧିକ, ନାଗରିକ, ଟିକସ ଏବଂ ସାମ୍ବିଧାନିକ ଆଇନଗୁଡ଼ିକରେ ଜଣେ ମହାନ ବିଶେଷଜ୍ଞ ଭାବରେ ବିବେଚନା କରାଯାଏ ।

ସୁପ୍ରିମକୋର୍ଟରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଲୋକସଭା ନିର୍ବାଚନ ପ୍ରଚାର ପାଇଁ ସେ ତତ୍କାଳୀନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ମନୀସ ସିସୋଦିଆଙ୍କୁ ଜାମିନ ପ୍ରଦାନ କରୁଥିବାବେଳେ ସେ କହିଥିଲେ ଯେ PMLA ଆକ୍ଟର କଡା ନିୟମ ବିନା ବିଚାରରେ କାହାକୁ ଦୀର୍ଘ ସମୟ ଜେଲରେ ରଖାଯିବାର ନିୟମ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+