ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି (CJI) ଭାବେ ଆଜି ଶପଥ ଗ୍ରହଣ କରିବେ ସଞ୍ଜୀବ ଖାନ୍ନା
ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଆଜି ଶପଥ ଗ୍ରହଣ କରିବେ ସଞ୍ଜୀବ ଖାନା । ଆଜି ସକାଳ ୧୦ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥପାଠ କରାଇବେ । ନୂତନ ସିଜେଆଇ ସଞ୍ଜୀବ ଖାନ୍ନାଙ୍କ କାର୍ଯ୍ୟକାଳ ଆସନ୍ତା ୨୦୨୫ ମେ ୧୩ ପର୍ଯ୍ୟନ୍ତ ରହିବ ।ଜଷ୍ଟିସ ଖାନ୍ନା ୨୦୧୯ରୁ ସୁପ୍ରିମକୋର୍ଟ ବିଚାରପତି ଭାବେ କାର୍ଯ୍ୟ କରିଆସୁଛନ୍ତି । ସେ ଅନେକ ଗୁରୁତ୍ଵପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି ।

ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ(ଇଭିଏମ)ର ପବିତ୍ରତା ସମ୍ପର୍କିତ ମାମଲାରେ ସେ ଶୁଣାଣି କରିଥିଲେ। ସେହିପରି ଇଲେକଟୋରାଲ ବଣ୍ଡ୍ସ ସ୍କିମ୍, ଧାରା ୩୭୦ ଉଚ୍ଛେଦ ମାମଲାରେ ବି ସେ ଶୁଣାଣି କରିଥିଲେ । ସେହିପରି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବି ଜଷ୍ଟିସ ଖାନ୍ନା ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ୧୯୮୩ ମସିହାରେ ଓକିଲାତି ଜୀବନ ଆରମ୍ଭ କରିଥିବା ଜଷ୍ଟିସ୍ ଖାନ୍ନା ୨୦୧୯ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ଅକ୍ଟୋବର ୧୬ରେ ସିଜେଆଇ ଚନ୍ଦ୍ରଚୂଡ଼ ପରବର୍ତ୍ତୀ ସିଜେଆଇ ଭାବେ ଜଷ୍ଟିସ୍ ଖାନ୍ନା ଙ୍କ ନାମ ସୁପାରିସ କରିଥିଲେ । ଏହା ପରେ କେନ୍ଦ୍ର ସରକାର ଏହା ଉପରେ ମୋହର ମାରି ୨୪ରେ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ କରିଥିଲେ ।
ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଜନ୍ମ ୧୯୬୦ ମେ ୧୪ରେ । ସେ ନୂଆଦିଲ୍ଲୀର ମଡର୍ଣ୍ଣ ସ୍କୁଲରୁ ଶିକ୍ଷାଲାଭ କରିଥିଲେ । ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସେ ଆଇନ ଶିକ୍ଷା ଲାଭ କରିଥିଲେ । ତାଙ୍କ ବାପା ଜଷ୍ଟିସ ଦେବରାଜ ଖନ୍ନା ଥିଲେ ଦିଲ୍ଲୀ ହାଇକୋର୍ଟର ବିଚାରପତି । ୧୯୮୩ରେ ସେ ଦିଲ୍ଲୀ ବାର କାଉନସିଲରେ ଆଡଭୋକେଟ ଭାବେ ଯୋଗ ଦେଇଥିଲେ । ପୂର୍ବତନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଗତ ୨୦୨୨ ନଭେମ୍ବର ୮ରେ ହୋଇଥିଲେ ସିଜେଆଇ ।
ଜଷ୍ଟିସ ସଞ୍ଜୀବ ଖାନ୍ନା ସୋମବାର ଭାରତର ୫୧ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଶପଥ ଗ୍ରହଣ କରିବେ। ରବିବାର ଅବସରଗ୍ରହଣ କରିଥିବା ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସ୍ଥାନରେ ସେ ଦାୟିତ୍ବ ଗ୍ରହଣ କରିବେ। ଏଥିପାଇଁ ରାଷ୍ଟ୍ରପତି ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।












Click it and Unblock the Notifications