ଜାଣନ୍ତୁ କିଏ ଜଷ୍ଟିସ ସଞ୍ଜୀବ ଖାନ୍ନା, ଯିଏ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି
Justice Sanjiv Khanna: ଜଷ୍ଟିସ ସଞ୍ଜୀବ ଖାନ୍ନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ଜଷ୍ଟିସ ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ ନଭେମ୍ବର 10'ରେ ଶେଷ ହେଉଛି, ତେଣୁ ତାଙ୍କ ପରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। ଜଷ୍ଟିସ୍ ଖାନ୍ନାଙ୍କ କାର୍ଯ୍ୟକାଳ 13 ମଇ 2025 ପର୍ଯ୍ୟନ୍ତ ଜାରି ରହିବ । ଜଷ୍ଟିସ ସଞ୍ଜୀବ ଖାନ୍ନା ସର୍ବୋଚ୍ଚ ନ୍ୟାୟାଳୟର 51 ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବେ ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସୁପାରିସ କରିଛନ୍ତି । ନଭେମ୍ବର ୧୦ ତାରିଖରେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ ଅବସର ନେବେ । ଯାହା ପରେ ନଭେମ୍ବର ୧୧ ତାରିଖରେ ସଞ୍ଜୀବ ଖନ୍ନା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନେବେ ।
ଜଷ୍ଟିସ ଖାନ୍ନା ୧୯୮୩ରେ ଦିଲ୍ଲୀ ବାର୍ କାଉନସିଲରେ ପଞ୍ଜୀକରଣ ସହ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ହଜାରି କମ୍ପ୍ଲେକ୍ସ ଜିଲ୍ଲାକୋର୍ଟରେ ଓକିଲ ଭାବେ ଅଭ୍ୟାସ ସେ ପ୍ରଥମେ ଆରମ୍ଭ କରିଥିଲେ । ଯାହା ପରେ ସଞ୍ଜୀବ ଖନ୍ନା ବିଭିନ୍ନ ହାଇକୋର୍ଟରେ ଓକିଲାତି କରିବା ସହ ସରକାରୀ ଓକିଲ ଭାବେ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟ ଆରମ୍ଭ କରିଥିଲେ । ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କ କ୍ୟାରିଅର ଖୁବ ଚ୍ୟାଲେଞ୍ଜିଂ ରହିଛି । ଅନ୍ୟ 32 ଜଣ ବିଚାରପତିଙ୍କୁ ଅତିକ୍ରମ କରି ସୁପ୍ରିମକୋର୍ଟରେ ତାଙ୍କର ପଦୋନ୍ନୋତିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।
ସୁପ୍ରିମକୋର୍ଟର 51 ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏକ ଚମତ୍କାର କ୍ୟାରିୟରର ନେତୃତ୍ୱ ନେଇଛନ୍ତି, ଯେଉଁଥିରେ ପ୍ରାୟ 275 ବେଞ୍ଚ ଏବଂ 65 ଟି ବିଚାରରେ ତାଙ୍କର ଅଂଶଗ୍ରହଣ ରହିଛି।












Click it and Unblock the Notifications