ଜଷ୍ଟିସ ଏସ୍. ମୁରଲୀଧରଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା ଦେଲେ ସୁପ୍ରିମକୋର୍ଟ
ଜଷ୍ଟିସ ଏସ୍ ମୁରଲୀଧରଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା । ମୁରଲୀଧରଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା ଦେଲେ ମାନ୍ୟବର ସୁପ୍ରିମକୋର୍ଟ । ଫୁଲକୋର୍ଟ ମିଟିଂରେ ମାନ୍ୟତା ଦେବାକୁ ନିଷ୍ପତ୍ତି । ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଅବସର ନେଇଛନ୍ତି ମୁରଲୀଧର । ୨୦୨୧ ଜାନୁଆରୀରୁ ୨୦୨୩ ଅଗଷ୍ଟ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତି ଥିଲେ ମୁରଲୀଧର ।
ସେ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଲୟର ପୂର୍ବତନ ବିଚାରପତି । ସେ ପ୍ରଥମେ ମେ ୨୦୦୬ରେ ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ସେ ୬ ମାର୍ଚ୍ଚ ୨୦୨୦ରେ ପଞ୍ଜାବ ଏବଂ ହରିୟାଣାର ହାଇକୋର୍ଟରେ ବିଚାରପତି ପଦବୀରେ ଅବସ୍ଥାପିତ ହୋଇଥିଲେ । ଓଡ଼ିଶା ହାଇକୋର୍ଟ ପୂର୍ବତନ ବିଚାରପତି ମୁରଲୀଧର ନିଜ ୧୭ ବର୍ଷ କାର୍ଯ୍ୟକାଳ ମଧ୍ୟରେ ପଞ୍ଜାବ- ହରିଆଣା ହାଇକୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଆସିଛନ୍ତି ।

ରିପୋର୍ଟ ଅନୁଯାୟୀ, ଜଷ୍ଟିସ ଏସ ମୁରଲୀଧର ଚଳିତ ବର୍ଷ ଅଗଷ୍ଟରେ ଅବସର ନେଇଥିଲେ। ଅବସର ପୂର୍ବରୁ ଜଷ୍ଟିସ୍ ମୁରଲୀଧର ଜାନୁଆରୀ ୨୦୨୧ ରୁ ଅଗଷ୍ଟ ୨୦୨୩ ମଧ୍ୟରେ ଓଡିଶା ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ ।
ମାଡ୍ରାସ ବିଶ୍ୱବିଦ୍ୟାଳୟ ଅଧିନରେ ଚେନ୍ନାଇ ବିବେକାନନ୍ଦ ମହାବିଦ୍ୟାଳୟରୁ ୧୯୮୧ ମସିହାରେ ସ୍ନାତକୋତ୍ତର ବିଜ୍ଞାନରେ ପ୍ରଥମ ଶ୍ରେଣୀ ହାସଲ କରିଥିଲେ । ଏହାପରେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ଆଇନରେ ପ୍ରଥମ ଶ୍ରେଣୀରେ ବି.ଏଲ. (B.L.) ଡ଼ିଗ୍ରୀ ହାସଲ କରିବା ସହ Lakshminarasa Reddi, the L.C. Miller Medals and the Carmichael and Innes Prize, 1984ଦ୍ୱାରା ସମାନିତ ହୋଇଥିଲେ ।
ଜଣେ ଆଇନ ଛାତ୍ର ଭାବରେ ସେ ମାଡ୍ରାସ ଆଇନ କଲେଜର ଦୁଇ ସଦସ୍ୟ ବିଶିଷ୍ଟ ଦଳର ଅଂଶ ଥିଲେ, ଯାହା ସର୍ବ ଭାରତୀୟ ସ୍ତରରେ ମୂଟ କୋର୍ଟ ପ୍ରତିଯୋଗିତାରେ ବିଜୟ ଲାଭ କରିଥିଲା ଏବଂ ଫଳ ସ୍ୱରୂପ ଏପ୍ରିଲ ୧୯୯୮୪ରେ ୱାସିଂଟନ ଡି ସି ଅନୁଷ୍ଠିତ ୨୫ତମ en:Philip C. Jessup International Law Moot Court Competition held at Washington D.C.ରେ ଭାରତର ପ୍ରତିନିଧିତ୍ୱ କରିଥିଲା ।
୧୯୯୦ ମସିହାରେ ନାଗପୁର ବିଶ୍ୱବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ LL.M. ଡିଗ୍ରୀ ଲାଭ କରି ୨୦୦୩ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ "Legal Aid and the Criminal Justice System in India" ବିଷୟରେ ଡ଼କ୍ଟରେଟ ଉପାଥି ଲାଭ କରିଥିଲେ । ସେ ମଧ୍ୟ en:Institute of Company Secretaries of Indiaର ଫେଲୋସିପ ଲାଭ କରିଥିଲେ ।












Click it and Unblock the Notifications