ଜଷ୍ଟିସ ଗାଭାଇ ହେବେ ପରବର୍ତ୍ତୀ ସିଜେଆଇ, ସୁପାରିଶ୍ କଲେ ପ୍ରଧାନ ବିଚାରପତି

ଜଷ୍ଟିସ୍ ବି.ଆର. ଗାଭାଇ ହେବେ ଦେଶର ପରବର୍ତ୍ତୀ ସିଜେଆଇ । ଆଇନ ମନ୍ତ୍ରଣାଳୟକୁ ସୁପାରିଶ ପଠାଇଲେ ସିଜେଆଇ ସଞ୍ଜିବ ଖାନ୍ନା । ବର୍ତ୍ତମାନର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ କାର୍ଯ୍ୟକାଳ ୧୩ ମେରେ ଶେଷ ହେବ । ଜଷ୍ଟିସ୍ ଗାଭାଇ ଦେଶର ୫୨ତମ ପ୍ରଧାନ ବିଚାରପତି ହେବେ। ସେ ୧୪ ମେରେ ଦେଶର ପରବର୍ତ୍ତୀ CJI ଭାବରେ ଶପଥ ନେବେ। ତାଙ୍କର କାର୍ଯ୍ୟକାଳ ୬ ମାସ ହେବ ।

Justice Gavai

ସୁପ୍ରିମକୋର୍ଟର ପରବର୍ତ୍ତୀ ସିଜେଆଇ ଲାଗି ଜଷ୍ଟିସ୍ ଗାଭାଇଙ୍କ ନାମକୁ ସିଜେଆଇ ସଞ୍ଜିବ ଖାନ୍ନା ଆଇନ ମନ୍ତ୍ରଣାଳୟକୁ ପଠାଇଥିଲେ। ଆଇନ ମନ୍ତ୍ରାଳୟ ସିଜେଆଇ ସଞ୍ଜିବ ଖାନ୍ନାଙ୍କୁ ପରବର୍ତ୍ତୀ ସିଜେଆଇଙ୍କ ନାମ ସୁପାରଶି କରିବାକୁ କହିଥିଲେ । ସେହି ଆଧାରରେ ନିଷ୍ପତ୍ତି ହୋଇଛି । ଜଷ୍ଟିସ ଗାଭାଇଙ୍କ ନାମରେ ବାଜିଛି ମୋହର ।

କହିବାକୁ ଗଲେ ସଞ୍ଜୀବ ଖାନ୍ନା ଗତ ବର୍ଷ ନଭେମ୍ବର ୧୧ ତାରିଖରେ ଭାରତର ୫୧ତମ CJI ଭାବରେ ଶପଥ ନେଇଥିଲେ। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଥିଲେ। ସେ ପୂର୍ବତନ CJI DY ଚନ୍ଦ୍ରଚୂଡ଼ଙ୍କ ସ୍ଥାନ ନେଇଥିଲେ। ଡିୱାଇ ଚନ୍ଦ୍ରଚୂଡ଼ ନଭେମ୍ବର ୧୦ରେ ଅବସର ନେଇଛନ୍ତି। ନୂତନ ସିଜେଆଇ ସଞ୍ଜିବ ଖାନ୍ନାଙ୍କ କାର୍ଯ୍ୟକାଳ ୬ ମାସ। ସେ ୧୩ ମଇ ୨୦୨୫ ପର୍ଯ୍ୟନ୍ତ CJI ପଦବୀରେ ରହିବେ।

୨୪ ନଭେମ୍ବର, ୧୯୬୦ରେ ମହାରାଷ୍ଟ୍ରର ଅମରାବତୀରେ ଜନ୍ମିତ ଗାଭାଇ ଜଣେ ଖ୍ୟାତନାମା ସାମାଜିକ କର୍ମୀ । ୧୪ ନଭେମ୍ବର ୨୦୦୩ରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଆରମ୍ଭ କରିଥିଲେ ତାଙ୍କର ନ୍ୟାୟିକ କ୍ୟାରିୟର । ୧୨ ନଭେମ୍ବର ୨୦୦୫ରେ ସ୍ଥାୟୀ ବିଚାରପତି ହୋଇଥିଲେ।

୧୫ ବର୍ଷରୁ ଅଧିକ ସମୟ ପାଇଁ ମୁମ୍ବାଇ, ନାଗପୁର, ଔରଙ୍ଗାବାଦ ଓ ପାଣାଜୀରେ ବେଞ୍ଚଗୁଡ଼ିକର ଅଧ୍ୟକ୍ଷତା କରିଥିଲେ । ପରେ ୨୪ ମେ, ୨୦୧୯ରେ ଭାରତର ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା। ଏହାସହ ବିହାର ଓ କେରଳର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଆରଏସ ଗାଭାଇଙ୍କ ପୁଅ ହେଉଛନ୍ତି ବି.ଆର. ଗାଭାଇ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+