ଇସ୍ତଫା ଦେଲେ ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ, ୭ ରେ ଧରିବେ ପଦ୍ମ

କୋଲକାତା : କଲିକତା ହାଇକୋର୍ଟର ଜଷ୍ଟିସ୍ ଅଭିଜିତ୍ ଗାଙ୍ଗୋପାଧ୍ୟାୟଙ୍କୁ ଖୁବ ଶୀଘ୍ର ଜଣେ ରାଜନେତା ଭାବରେ ଦେଖିବାକୁ ମିଳିବ । ସେ ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେବାକୁ ଘୋଷଣା କରିଛନ୍ତି । ସେ ମାର୍ଚ୍ଚ ୭ ରେ ବିଜେପିରେ ଯୋଗଦେବେ । ଆଗାମୀ ଲୋକସଭା ନିର୍ବାଚନରେ ସେ ପଶ୍ଚିମବଙ୍ଗର ତାମଲୁକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ।

ଜଷ୍ଟିସ ଅଭିଜିତ ଗାଙ୍ଗୋପାଧ୍ୟାୟ ରବିବାର ଦିନ ନ୍ୟାୟପାଳିକାରୁ ଇସ୍ତଫା ଦେବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ । ଜଷ୍ଟିସ ଗାଙ୍ଗୋପାଧ୍ୟାୟ ମଙ୍ଗଳବାର ସକାଳେ ହାଇକୋର୍ଟରେ ପହଞ୍ଚି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି । ତାଙ୍କ ଇସ୍ତଫା ଅନୁମୋଦନ ପାଇଁ ଭାରତର ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଛି ।

ଇସ୍ତଫା ପତ୍ରର ନକଲ ସିଜେଆଇ ଡ଼ି ୟାଇ. ଚନ୍ଦ୍ରଚୁଡ଼ ଏବଂ କଲିକତା ହାଇକୋର୍ଟର ପ୍ରଧାନ ବିଚାରପତି ଟି.ଏସ୍ ସିଭାଗନାମ୍‌ଙ୍କୁ ନିକଟକୁ ମଧ୍ୟ ପଠାଯାଇଛି । ବୁଧବାର ସୁଦ୍ଧା ରାଷ୍ଟ୍ରପତି ଏହି ଇସ୍ତଫା ଗ୍ରହଣ କରିବେ ବୋଲି ଆଶା କରାଯାଉଛି । ଏହା ପରେ ସେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦେବେ ।

abhijit gangopadhyay

ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ତାମଲୁକ ଲୋକସଭା ଆସନରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଏବେ ଚର୍ଚ୍ଚା ହେଉଛି । ଏହି ଆସନ ଟିଏମସିର ଏକ ଗଡ଼ ବୋଲି କୁହାଯାଏ । ୨୦୦୯ ରେ, ସୁଭେନ୍ଦୁ ଅଧିକାରୀ ପ୍ରଥମ ଥର ପାଇଁ ଏହି ଆସନରୁ ଜିତିଥିଲେ । ସେ ଲଗାତାର ଦୁଇ ଥର ତାମଲୁକରୁ ସାଂସଦ ଥିଲେ । ସୁଭେନ୍ଦୁ ଅଧିକାରୀ ବିଜେପିରେ ଯୋଗଦେବା ପରେ ମଧ୍ୟ ଟିଏମସି ଏହି ଆସନ ଉପରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛି ।

ଜଷ୍ଟିସ ଗଙ୍ଗୋପାଧ୍ୟାୟ ଏହି ଆସନରେ ସୁଭେନ୍ଦୁ ଆଦିକାରୀଙ୍କ ଅନୁଭବରୁ ଉପକୃତ ହୋଇପାରନ୍ତି । ଏହା ସହ ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ସ୍କାମର ଯାଞ୍ଚ ପାଇଁ ସିବିଆଇ ଏବଂ ଇଡିକୁ ଅନୁମୋଦନ ଦେଇଥିବା ଜଷ୍ଟିସ ଗାଙ୍ଗୋପାଧ୍ୟାୟ ଟିଏମସି ବିରୋଧରେ ଏକ ବଡ଼ ଚେହେରା ହୋଇପାରନ୍ତି । ଗାଙ୍ଗୋପାଧ୍ୟାୟ ଙ୍କ ମାଧ୍ୟମରେ ଦୁର୍ନୀତି ପ୍ରସଙ୍ଗରେ ବିଜେପି ଟିଏମସିକୁ କୋଣ ଅନୁକୋଣରୁ ଟାର୍ଗେଟ କରିବାକୁ ହୋଇଛି ପ୍ରସ୍ତୁତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+