‘ଅଭୟା କ୍ଲିନିକ୍’ ଖୋଲି ରୋଗୀଙ୍କୁ ମାଗଣା ଚିକିତ୍ସା ଦେଉଛନ୍ତି ଡାକ୍ତର, ଜାଣନ୍ତୁ କାହିଁକି?
କୋଲକାତା : ଆରଜିକର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କ ସହ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ବିକ୍ଷୋଭ ଜାରି ରହିଛି। ଜୁନିଅର ଡାକ୍ତରମାନେ ରୋଗୀଙ୍କ ସ୍ବାସ୍ଥ୍ୟ ଦେବା ଦେବା ପାଇଁ ଟେଲି ମେଡିସିନ୍ ସେବା ଆରମ୍ଭ କରିଛନ୍ତି। ଏହି ପଦକ୍ଷେପ ନେଇ ଭଲ ପ୍ରତିକ୍ରିୟା ମିଳିବା ପରେ ଆଜିଠାରୁ ପ୍ରଦର୍ଶନକାରୀ ଡାକ୍ତର ରୋଗୀଙ୍କୁ ଦେଖିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ କ୍ୟାମ୍ପ ଖୋଲିଛନ୍ତି।
ବିରୋଧ ପ୍ରଦର୍ଶନ ମଧ୍ୟରେ ଜୁନିଅର ଡାକ୍ତର ସାଧାରଣ ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ପ୍ରଦାନ କରୁଛନ୍ତି। ପୀଡିତାଙ୍କୁ ନ୍ୟାୟ ଦେବାର ଚେଷ୍ଟାରେ ବିରୋଧ ପ୍ରଦର୍ଶନକୁ ସାଧାରଣ ଲୋକଙ୍କ ନିକଟରେ ପହଁଞ୍ଚାଇବା ପାଇଁ ଜୁନିଅର ଡାକ୍ତରଙ୍କ ଦ୍ବାରା ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି। ପଶ୍ଚିମବଙ୍ଗ ଜୁନିଅର ଡାକ୍ତର ଫ୍ରଣ୍ଟ କୋଲକାତାର ୬ଟି ସ୍ଥାନରେ ଅସ୍ଥାୟୀ ହେଲଥ୍ କ୍ୟାମ୍ପ ପ୍ରତିଷ୍ଠା କରିଛନ୍ତି।

ସେଠାରେ କୋଲକାତା ମେଡିକାଲ କଲେଜର ଜୁନିଅର ଡାକ୍ତର ରୋଗୀଙ୍କୁ ଆଟେଣ୍ଡ କରୁଛନ୍ତି। ଡାକ୍ତରମାନେ ହେଲଥ କ୍ୟାମ୍ପକୁ 'ଅଭୟା କ୍ଲିନିକ୍' ଭାବରେ ନାଁ ଦେଇଛନ୍ତି। ପଶ୍ଚିମବଙ୍ଗ ଜୁନିଅର ଡାକ୍ତର ଫ୍ରଣ୍ଟ କହିଛନ୍ତି, କ୍ୟାମ୍ପ ପ୍ରତ୍ୟେକ ରବିବାର କୁମାରଟୁଲି, ଏସପ୍ଲାନେଡ୍ କ୍ରସିଂ, ରାନୁଚୟା ମଞ୍ଚ, ନ୍ୟାସନାଲ ମେଡିକାଲ ଗେଟ୍ ନମ୍ବର ୨, ଏନ୍ଆରଏସ୍ ମେଡିକାଲର ଗେଟ୍ ନମ୍ବର ୧ରେ ଆୟୋଜନ କରାଯିବ।












Click it and Unblock the Notifications