ତୃତୀୟ ଥର ପାଇଁ ରାଜ୍ୟସଭା ସାଂସଦ ରୂପେ ଶପଥ ନେଲେ ଜେ.ପି ନଡ୍ଡା
JP Nadda Takes Oath As Rajya Sabha Member: ବିଜେପି ଜାତୀୟ ସଭାପତି ଜେ.ପି ନଡ୍ଡା ଶନିବାର ଦିନ ତୃତୀୟ ଥର ପାଇଁ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି । ନଡ୍ଡା ଗୁଜୁରାଟରୁ ରାଜ୍ୟସଭାରୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ସଂସଦ ଗୃହରେ ଅନୁଷ୍ଠିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଜଗଜୀପ ଧନଖଡଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି ଜେ.ପି ନଡ୍ଡା । ମୋଟ ୬ ଜଣ ନେତା ଶନିବାର ଦିନ ଗୃହର ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଥାଉ ଯେ, ଏପ୍ରିଲ ମାସରେ ୫୭ ଜଣ ରାଜ୍ୟସଭା ସାଂସଦଙ୍କ ସମେତ ନଡ୍ଡାଙ୍କର ମଧ୍ୟ କାର୍ଯ୍ୟକାଳ ଶେଷ ହୋଇଥିଲା । ନଡ୍ଡାଙ୍କ ନେତୃତ୍ୱରେ ବିଜେପି ଲୋକସଭା ନିର୍ବାଚନ ଲଢୁଛି ଏବଂ ତାଙ୍କା କାର୍ଯ୍ୟକାଳ ଜୁନ୍ ମାସ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଜେ.ପି ନଡ୍ଡା ଏହା ପୂର୍ବରୁ ହିମାଚଳ ପ୍ରଦେଶରୁ ରାଜ୍ୟସଭାରେ ପହଞ୍ଚିଥିଲେ।
Hon'ble Vice-President of India & Chairman, Rajya Sabha, Shri Jagdeep Dhankhar administered oath to Shri Jagat Prakash Narayan Lal Nadda ji as the elected Member of Rajya Sabha in Parliament House today. @JPNadda pic.twitter.com/D9qLw6Hl4x
— Vice President of India (@VPIndia) April 6, 2024
ଗତ ମାସରେ ସେ ହିମାଚଳ ପ୍ରଦେଶ ଆସନରୁ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ପତ୍ର ଦାଖଲ କରିଥିଲେ, ଯାହାକୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ଗ୍ରହଣ କରିଥିଲେ।












Click it and Unblock the Notifications