ଏକକ ନିର୍ବାଚନ ଅଧ୍ୟକ୍ଷଙ୍କୁ ଭେଟିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଏକକ ନିର୍ବାଚନ ପାଇଁ ଦେଲେ ଦାବିପତ୍ର

ଏକକ ନିର୍ବାଚନ ନିର୍ବାଚନ ପାଇଁ ପୁଣି ଜାଗ୍ରତ ହେଲା ଭାରତୀୟ ଜନତା ପାର୍ଟି । ପୂର୍ବତନ ରାଷ୍ଟ୍ରପତି ତଥା ଏକକ ନିର୍ବାଚନ କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦଙ୍କୁ ଭେଟି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି ବିଜେପି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଏକ ଟିମ୍ ରାମନାଥ କୋବିନ୍ଦଙ୍କୁ ଭେଟି ନିଜ ଦାବି ଉପସ୍ଥାପିତ କରିଛି ।

JP Nadda meets Ram Nath Kovind

ଏହି ଟିମ୍‌ କମିଟି ଅଧ୍ୟକ୍ଷଙ୍କୁ ଜଣାଇଛି ଯେ, ଦେଶରେ ବାରମ୍ବାର ନିର୍ବାଚନ ଦ୍ୱାରା ଅନେକ ବିକାଶ କାମ ଅଟକି ଯାଉଛି। ବର୍ଷ ସାରା ଦେଶର କେଉଁଠି ନା କେଉଁଠି ନିର୍ବାଚନ ହେଉଛି ଏବଂ ଏହାଦ୍ୱାରା ବିଭିନ୍ନ ସ୍ଥାନରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥାଏ ।

ଲୋକଙ୍କ ବିକାଶ ପାଇଁ ହେଉଥିବା କାମରେ ଏହାଦ୍ୱାରା ଅନେକ ବାଧା ଉପୁଜୁଛି। ଲୋକଙ୍କ ଉନ୍ନତି ଓ ଆର୍ଥିକ ବୋଝ ବି ଏହା ଦ୍ୱାରା ସୃଷ୍ଟି ହୋଇଥାଏ। ଖାଲି ଏତିକି ନୁହେଁ ଆର୍ଥିକ ଦୁର୍ନୀତି ବି ଏହାଫଳରେ ବଢ଼ିଥାଏ ବୋଲି ଟିମ୍ କହିଛି।

ସେହିଭଳି ସୁରକ୍ଷାକର୍ମୀମାନେ ସୀମାର ସୁରକ୍ଷା ଛାଡ଼ି ଦେଶର ନିର୍ବାଚନ କାମରେ ଲାଗିଥାନ୍ତି। ଶିକ୍ଷକଙ୍କଠୁ ସ୍ୱାସ୍ଥ୍ୟକର୍ମୀ ବି ଏଥିରେ ନିୟୋଜିତ ହୋଇ ନିଜ ମୂଳ କାମ କରିପାରନ୍ତିନି। ତେଣୁ ଆଇନ ଓ ନିୟମରେ ପରିବର୍ତ୍ତନ କରାଯାଉ ବୋଲି ନଡ୍ଡା ଦାବି କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+