ଦୁର୍ନୀତିକୁ ବିରୋଧ କରିବାରୁ ସାମ୍ବାଦିକଙ୍କୁ ହତ୍ୟା ମାମଲା; ୩ ଜଣଙ୍କୁ ଗିରଫ କଲା ପୋଲିସ

ଛତିଶଗଡ ସାମ୍ବାଦିକ ମୁକେଶ ଚନ୍ଦ୍ରାକର ହତ୍ୟା ମାମଲାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ରାସ୍ତା ନିର୍ମାଣରେ ଦୁର୍ନୀତି ବିରୋଧରେ ଖବର ପ୍ରସାରଣ କରିବାରୁ ଜାତୀୟ ଗଣମାଧ୍ୟମର ଜଣେ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ଛତିଶଗଡ଼ର ବିଜାପୁର ଜିଲାରେ ଏହି ଘଟଣା ଘଟିଛି।

Journalist s murder case

ପୁଲିସ ଜଣେ ଠିକାଦାରଙ୍କ ବାସଭବନ ପରିସରରେ ଥିବା ସେପ୍‌ଟିକ ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଜବତ କରିଛି। ହତ୍ୟାର ଶିକାର ହୋଇଥିବା ସାମ୍ବାଦିକ ହେଲେ ମୁକେଶ ଚନ୍ଦ୍ରାକର। ସେ ବସ୍ତର ଜଙ୍କସନ ନାମକ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଚଳାଉଥିବାବେଳେ ଏକ ଜାତୀୟ ଗଣମାଧ୍ୟମରେ ବି ସାମ୍ବାଦିକତା କରୁଥିଲେ।ଚନ୍ଦ୍ରାକର ଗତ ୧ ତାରିଖ ରାତିରୁ ନିଖୋଜ ଥିଲେ। ତାଙ୍କ ବଡ଼ ଭାଇ ୟୁକେଶ ଚନ୍ଦ୍ରାକର ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା। ମୁକେଶଙ୍କ ମୋବାଇଲ ନମ୍ବରର ବୈଷୟିକ ଯାଞ୍ଚ କରାଯିବା ପରେ ଶେଷ ଥର ପାଇଁ ତାଙ୍କ ଲୋକେସନ ଜଣେ ଠିକାଦାରଙ୍କ ବାସଭବନ ପରିସର ଥିଲା ବୋଲି ଜଣାପଡ଼ିଥିଲା। ଏହା ପରେ ପୁଲିସ ସମ୍ପୃକ୍ତ ଠିକାଦାରଙ୍କ ବାସଭବନକୁ ଯାଇ ଯାଞ୍ଚ କରିଥିଲା। ଶେଷରେ ପୁଲିସ୍ ଏହି ଘଟଣାରେ ପୁତୁରା ରୀତେଶ ଚନ୍ଦ୍ରାକର ଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+