ପ୍ରଧାନମନ୍ତ୍ରୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପଡିଲା ମହଙ୍ଗା: ସାମ୍ବାଦିକଙ୍କ ଗାଡ଼ି ଉପରେ ହେଲା ଆକ୍ରମଣ
Nikhil Wagle: ମହାରାଷ୍ଟ୍ରର ବରିଷ୍ଠ ସାମ୍ବାଦିକ ନିଖିଲ ୱାଗଲେଙ୍କ କାର ଉପରେ ଶୁକ୍ରବାର ସନ୍ଧ୍ୟାରେ ଅର୍ଥାତ୍ 09 ଫେବୃଆରୀରେ ପୁଣେର ଖଣ୍ଡୋଜି ବାବା ଚକ୍ ଠାରେ ବିଜେପି କର୍ମୀମାନେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଯାହା ପରେ ବର୍ତ୍ତମାନ ବିରୋଧୀ ଦଳ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲାଲ କୃଷ୍ଣ ଆଡଭାନୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ବିଜେପି କର୍ମୀମାନେ ନିଖିଲ ୱାଗଲେଙ୍କ କାରର କାଚ ଭାଙ୍ଗି ବା ସହ କାଳି ପକାଇଥିବାର ଦେଖିବା ପାଇଁ ମିଳିଛି ।
Several MVA women karyakartas beaten up by BJP goons, eggs, stones, bricks hurled at them, Pune police remain spectators,
— Sanjay Raut (@rautsanjay61) February 9, 2024
senior journalist Nikhil Wagle's car smashed, ink, eggs thrown at his car..Brazen Bid to murder democracy by BJP in Pune...MVA will not be deterred, Shame on… https://t.co/7HlLGL7IPJ
ପୁଣେ ପୋଲିସର ସୂଚନାନୁସାରେ, 64 ବର୍ଷିୟ ନିଖିଲ ୱାଗଲେଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯିବା ସମୟରେ ଏପରି ଘଟଣା ଘଟିଛି । ଖାସ କଥା ହେଲା ଏହି ଘଟଣା ପରେ ନିଖିଲ ଏକ ପୁଣେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେଉଁ ସମୟରେ ସେ କହିଥିଲେ ଆକ୍ରମଣକାରୀଙ୍କୁ ମୁଁ କ୍ଷମା କରି ଦେଇଛି ।
ସେ ଆହୁରି କହିଛନ୍ତି, ପୂର୍ବରୁ ମୋ ଉପରେ ୬ଥର ଆକ୍ରମଣ ହୋଇଥିଲା। ଏହାକୁ ମିଶାଇ ୭ମ ଥର ହୋଇଗଲା । ଶିବାଜୀ ମହାରାଜଙ୍କ ଠାରୁ ଆରମ୍ଭ କରି ଶାହୁଜୀ ମହରାଜ ଓ ଡ ବାବାସାହେବ ଆମ୍ବେଦକରଙ୍କ ଯାଏ ସମସ୍ତେ ଆମର ପରମ୍ପରାର ଅଂଶ ବିଶେଷ। ସେପଟେ ନିଖିଲଙ୍କ ଉପରେ ହୋଇଥିବା ଆକ୍ରମଣର ନିନ୍ଦା କରିଛନ୍ତି ସାଂସଦ ସୁପ୍ରିୟା ସୁଲେ । ସେ କହିଛନ୍ତି 'ସତ୍ୟର ସ୍ୱର ଓ ଜଣେ ସାହସୀ ସାମ୍ବାଦିକ ନିଖିଲ ୱାଗଲେଙ୍କ ଉପରେ ହୋଇଥିବା ଆକ୍ରମଣ ଏକ ନିନ୍ଦା ଜନକ କଥା ।
ସେହିପରି ସେ ଖୋଲାଖୋଲି କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ମହାରାଷ୍ଟ୍ରରେ ଲୋକମାନେ ମହାବିକାଶ ଅଘାଡ଼ି ଦଳକୁ ଭୋଟ ଦିଅନ୍ତୁ । ଅନ୍ୟପଟେ ବିଜେପି ନେତା ସୁନୀଲ ଦେଓଧର ସାମ୍ବାଦିକ ନିଖିଲଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍ ନିଖିଲ ୱାଗଲେଙ୍କ ବିରୋଧରେ ଧାରା ୧୫୩ଏ, ୫୦୦ ଓ ୫୦୫ ଦଫାରେ ଗୋଟିଏ ମାମଲା ରୁଜୁ ହୋଇଥିଲା । ଯାହା ପରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି ।












Click it and Unblock the Notifications