ସଡ଼କ ଦୁର୍ଘଟଣାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ
ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ୍ରେ ଯାଉଥିବା ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ଦ୍ରୁତ ଗତିରେ ଆସି ଏକ ବିଏମ୍ଡବ୍ଲୁ କାର୍ ପଛପଟୁ ଧକ୍କା ଦେଇଥିଲା। ଫଳରେ ୧୦୦ ମିଟର ଦୂରକୁ ସେ ଛିଟିକି ପଡିଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ଧକ୍କା ଦେବା ପରେ ବିଏମ୍ଡବ୍ଲୁ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ମୃତ ସାମ୍ବାଦିକ ଜଣକ ହେଉଛନ୍ତି ପଣ୍ଡି ବଜାରର ପ୍ରଦୀପ କୁମାର। ସେ ଏକ ଲୋକପ୍ରିୟ ତେଲୁଗୁ ନ୍ୟୁଜ୍ ଚ୍ୟାନେଲରେ ଚାକିରି କରୁଥିଲେ। ଏହା ସହିତ ସେ ସହରରେ ପାର୍ଟ ଟାଇମ୍ ଭାବେ ରାପିଡୋ ଡ୍ରାଇଭର କାର୍ଯ୍ୟ କରୁଥିଲେ।
ସୂଚନା ମୁତାବକ, ମଦୁରାଭୋୟାଲ୍-ତାମ୍ବରମ୍ ଏଲିଭେଟେଡ୍ ବାଇପାସ୍ ଉପରେ ଏହି ଦୁର୍ଘଟଣା ଘଟିଥିଲା। ଏକ ବିଏମଡବ୍ଲୁ କାର ବାଇକ୍ରେ ଯାଉଥିବା ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଦୀପଙ୍କୁ ପଛପଟୁ ଜୋର୍ରେ ଧକ୍କା ଦେଇଥିଲା। ଫଳରେ ପ୍ରଦୀପଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ କାରର ଡ୍ରାଇଭର ସେହି ସ୍ଥାନ ଛାଡ଼ି ସେଠାରୁ ଫେରାର ହୋଇ ଯାଇଥିଲେ।












Click it and Unblock the Notifications