ସଙ୍କଟରେ ଯୋଶୀମଠ: ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ସଙ୍କଟରେ ଯୋଶୀମଠ: ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
Joshimath: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ଯୋଶୀମଠ ମାଟି ଧସିବା ଘଟଣାକୁ ନେଇ ଆଲୋଚନା କରିଛନ୍ତି । ଏହି ଘଟଣାକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ରାଜ୍ୟକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି । ଉତ୍ତରାଖଣ୍ଡ ସିଏମ ଧାମି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଆଜି ଟେଲିଫୋନ ଯୋଗେ ତାଙ୍କ ସହ ଏହି ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ଆଲୋଚନା କରିଛନ୍ତି ଏବଂଯୋଶୀମଠର ପରିସ୍ଥିତି ଏବଂ ଲୋକଙ୍କ ଥଇଥାନ ତଥା ନିରାପତ୍ତା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ପଚାରିବୁଝିଛନ୍ତି ।

ଉତ୍ତରାଖଣ୍ତ ଚାମୋଲି ଜିଲ୍ଲାର ଯୋଶୀମଠ ଅଞ୍ଚଳରେ ମାଟି ଧସିବାରେ ଲାଗିଛି । ଭୂସ୍ଖଳନ ଯୋଗୁ ସହରର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଘର, ରାସ୍ତା ଏପରିକି ଜମିରେ ବଡ ବଡ ଗାତ ହୋଇଥିବାର ମଧ୍ୟ ଦେଖିବା ପାଇଁ ମିଳୁଛି । ଏଭଳି ଘଟଣା ଦେଖି ଆସଙ୍କା କରାଯାଉଛି ଯେ ସମସ୍ତ ସହର ମାଟି ତଳେ ଖୁବ ଶୀଘ୍ର ପୋତି ହୋଇଯାଇ ପାରେ । ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ରବିବାର ଦିନ ଏହି ସଙ୍କଟ ଉପରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଯାଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଖ୍ୟ ସଚିବ ଡକ୍ଟର ପି.କେ ମିଶ୍ର ଅଧ୍ୟକ୍ଷତା କରିବେ । କ୍ୟାବିନେଟ ସଚିବ, କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ସଦସ୍ୟ ମାନେ ଏହି ବୈଠକରେ ଯୋଗ ଦେବେ ।
ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଶୀମଠ ଜିଲ୍ଲା ପ୍ରଶାସନ ଏବଂ ଉତ୍ତରପ୍ରଦେଶ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ସଭାରେ ଅଂଶଗ୍ରହଣ କରିବେ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ପୂର୍ବ ଦିନ ଅର୍ଥାତ୍ ଶନିବାର ଦିନ ଯୋଶୀମଠ ଯାଇ ସ୍ଥିତି ପରଖିଥିଲେ । ଏହାର ଗୋଟିଏ ଦିନ ପୂର୍ବରୁ ସେ ପ୍ରାୟ 600 ପ୍ରଭାବିତ ପରିବାରକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।












Click it and Unblock the Notifications