NDA କୁ ନୀତିଶଙ୍କ ଝଟକା, ଏହି ରାଜ୍ୟରେ ଫେରାଇନେଲେ ସମର୍ଥନ
ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଜନତା ଦଳ (ୟୁନାଇଟେଡ୍) ଆଜି (ବୁଧବାର) ମଣିପୁର ସରକାରଙ୍କ ଠାରୁ ନିଜର ସମର୍ଥନ ପ୍ରତ୍ୟାହାର କରିନେଇଛି। ତେବେ ମଣିପୁରରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ନେତୃତ୍ୱରେ ବିଜେପି ସରକାର ଅଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଜେଡିୟୁ (JDU) ଆନୁଷ୍ଠାନିକ ଭାବରେ ମଣିପୁର ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର ଘୋଷଣା କରିଛି।
ମଣିପୁରରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ନେତୃତ୍ୱରେ ଭାଜପା ସରକାର ଅଛି। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, JDU ଆନୁଷ୍ଠାନିକ ଭାବରେ ମଣିପୁର ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର ଘୋଷଣା କରିଛି। ଜେଡିୟୁ ୨୦୨୨ରୁ ଭାଜପା ସହିତ ମେଣ୍ଟ କରିଥିଲା, କିନ୍ତୁ ଏବେ ଏହା ଶାସକ ସରକାରଠାରୁ ନିଜକୁ ଦୂରେଇ ରଖିଛି।

୨୦୨୨ରେ, ୬ ଜଣ ଜେଡିୟୁ ବିଧାୟକଙ୍କ ମଧ୍ୟରୁ ୫ ଜଣ ଭାଜପାକୁ ସମର୍ଥନ କରିଥିଲେ, ଯାହା ଭାଜପାର ସ୍ଥିତିକୁ ରାଜ୍ୟରେ ଆହୁରି ମଜବୁତ କରିଥିଲା। ଏବେ ଜେଡିୟୁ ଭାଜପା ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପାଇଁ ରାଜ୍ୟପାଳଙ୍କୁ ଏକ ଆନୁଷ୍ଠାନିକ ଚିଠି ପ୍ରଦାନ କରିଛି। ତେବେ ଜେଡିୟୁର ଏହି ପଦକ୍ଷେପ ସତ୍ତ୍ୱେ, ମଣିପୁରରେ ବୀରେନ ସିଂହଙ୍କ ନେତୃତ୍ୱାଧୀନ ବିଜେପି ସରକାରଙ୍କ ସ୍ଥିରତା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ରାଜ୍ୟ ବିଧାନସଭାରେ ବିଜେପିର ବହୁମତ ମଜବୁତ୍ ଅଛି ଏବଂ କୌଣସି ବାଧା ବିନା କ୍ଷମତାରେ ରହିପାରିବ।












Click it and Unblock the Notifications