'ସନ୍ତ୍ରାସବାଦ ବିରୁଦ୍ଧରେ ମୁକାବିଲା ପାଇଁ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି'
ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍.ଜୟଶଙ୍କର କହିଛନ୍ତି, ବିଭିନ୍ନ ଆହ୍ୱାନ ବିଶେଷକରି ସନ୍ତ୍ରାସବାଦ ବିରୋଧରେ ମୁକାବିଲା ନିମନ୍ତେ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି । ନୂଆଦିଲ୍ଲୀଠାରେ ଆଜି ସ୍ପେନ୍ ପ୍ରତିପକ୍ଷ ଯୋଶେ ମାନୁଏଲ୍ ଆଲ୍ବେୟାର୍ସ ବୁଏନୋଙ୍କ ସହ ଆଲୋଚନା ବେଳେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଭାରତ ଓ ସ୍ପେନ୍ ସନ୍ତ୍ରାସବାଦର ଶିକାର ହେଉଛନ୍ତି । ସନ୍ତ୍ରାସବାଦ ବିରୋଧରେ ବିଶ୍ୱ ନିଶ୍ଚିତ ଭାବେ ଶୂନ୍ୟ ସହନଶୀଳ ନୀତି ଆପଣାଇବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।
ଡକ୍ଟର ଜୟଶଙ୍କର କହିଛନ୍ତି, ଆସନ୍ତାମାସରେ ନୂଆଦିଲ୍ଲୀଠାରେ କୃତ୍ରିମ ବୁଦ୍ଧିମତ୍ତା-ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଭାରତ ଆୟୋଜନ କରିବ । କୃତ୍ରିମ ବୁଦ୍ଧିମତ୍ତାର ଆଭିମୁଖ୍ୟ ମାନବ କେନ୍ଦ୍ରିକ, ସମାବେଶୀ ଏବଂ ଦାୟିତ୍ୱପୂର୍ଣ୍ଣ ନୀତିଗତ ମୂଲ୍ୟବୋଧ ଉପରେ ପର୍ଯ୍ୟବେସିତ, ଯାହାକି ୟୁରୋପର ଆଭିମୁଖ୍ୟ ସହ ସମାନ । ମନ୍ତ୍ରୀ କହିଛନ୍ତି, ଉଭୟ ଭାରତ ଓ ସ୍ପେନ୍ ୨୦୨୬କୁ ଦ୍ୱିବାର୍ଷିକ ସଂସ୍କୃତି, ପର୍ଯ୍ୟଟନ ଏବଂ କୃତ୍ରିମ ବୁଦ୍ଧିମତ୍ତାର ମାନ୍ୟତା ପ୍ରଦାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ଦୁଇଦେଶ ମଧ୍ୟରେ ଶିଳ୍ପ ଏବଂ ସଂସ୍ଥାଭିତ୍ତିକ ମିଳିତ ସହଯୋଗକୁ ପ୍ରୋତ୍ସାହିତ କରିବ । ସେ କହିଛନ୍ତି, ଉଭୟ ରାଷ୍ଟ୍ର ଚଳିତବର୍ଷ କୂଟନୈତିକ ସଂପର୍କର ୭୦ ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି । ୟୁରୋପୀୟ ସଂଘରେ ସ୍ପେନ୍ ହେଉଛି ଭାରତର ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ଅଂଶୀଦାର । ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାର ନିକଟବର୍ଷରେ ୮ ଶହ କୋଟି ଆମେରିକୀୟ ଡଲାର ଅତିକ୍ରମ କରିଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି ।












Click it and Unblock the Notifications