ଆସନ୍ତାବର୍ଷ ଠାରୁ ବନ୍ଦ ହେବ ଜନସନ୍ ବେବି ପାଉଡର
ଆସନ୍ତାବର୍ଷଠାରୁ ଜନସନ୍ ଆଣ୍ଡ ଜନସନ୍ ପକ୍ଷରୁ ଶିଶୁଙ୍କ ପାଇଁ ବିକ୍ରି ହେଉଥିବା ପାଉଡର ବନ୍ଦ ହୋଇଯିବ । ମାର୍କେଟରେ ଆଉ ଏହି ପାଉଡର ଆପଣ ପାଇବେ ନାହିଁ ।
ନୂଆଦିଲ୍ଲୀ: ଶେଷରେ ହାର ମାନିଛି କମ୍ପାନୀ । ଆସନ୍ତାବର୍ଷଠାରୁ ଜନସନ୍ ଆଣ୍ଡ ଜନସନ୍ ପକ୍ଷରୁ ଶିଶୁଙ୍କ ପାଇଁ ବିକ୍ରି ହେଉଥିବା ପାଉଡର ବନ୍ଦ ହୋଇଯିବ । ମାର୍କେଟରେ ଆଉ ଏହି ପାଉଡର ଆପଣ ପାଇବେ ନାହିଁ । ପୂର୍ବରୁ ମଧ୍ୟ ଏହି ପାଉଡର ଲଗାଇଲେ କ୍ୟାନସର ହେଉଥିବାରୁ ଏନେଇ ଅନେକ ଅଭିଯୋଗ ଆସିଥିଲା ।

ଗତ ଦୁଇ ବର୍ଷ ଭିତରେ କମ୍ପାନୀ ନାଁରେ ଅନେକ ଅଭିଯୋଗ ଆସିଛି । ଏଥିପାଇଁ ଶେଷରେ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଏବେ ବି କମ୍ପାନୀ ପକ୍ଷରୁ କ୍ୟାନସର ଅଭିଯୋଗକୁ ଖଣ୍ଡନ କରାଯାଇଛି । ଅନେକ ବୈଜ୍ଞାନିକ ଗବେଷଣା କରିବା ପରେ ଏହା ସ୍ପଷ୍ଟ ଯେ ପାଉଡର ଲଗାଇଲେ କୌଣସି ରୋଗ ହୁଏ ନାହିଁ । କିନ୍ତୁ ଆଇନଗତ ଦିଗରେ କମ୍ପାନୀ ଅନେକ କ୍ଷତି ସହୁଥିବାରୁ ପାଉଡରକୁ ବନ୍ଦ କରିବାକୁ ବାଧ୍ୟ ହେଉଥିବା ଜଣାପଡିଛି ।
1894 ରୁ ବିକ୍ରି ହୋଇଥିବା ଜନସନଙ୍କ ବେବି ପାଉଡର କମ୍ପାନୀର ପରିବାର ଅନୁକୂଳ ଭାବମୂର୍ତ୍ତିର ପ୍ରତୀକ ହୋଇ ରହିଥିଲା । ଧିରେ ଧିରେ ଏହି ପାଉଡର ଲୋକପ୍ରିୟ ହୋଇଥିଲା । କିନ୍ତୁ ଗତ ଦୁଇ ବର୍ଷ ହେବ ଚାଲିଥିବା ବିବାଦକୁ ନେଇ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁନଥିଲା କଂପାନୀ । ବର୍ତ୍ତମାନ ଅତ୍ୟଧିକ କ୍ଷତି ସହିବା ପରେ ଏହି ପାଉଡର ଆଉ ବିକ୍ରି ହେବ ନାହିଁ ବୋଲି ଶେଷ ନିଷ୍ପତ୍ତି ନିଆଯାଇଛି ।












Click it and Unblock the Notifications