୪ ବର୍ଷ ପରେ JNU'ରେ ହେବ ଛାତ୍ରସଂଘ ନିର୍ବାଚନ
JNU Election: ଦେଶ ଚର୍ଚ୍ଚିତ ବିଶ୍ୱବିଦ୍ୟାଳୟ ଜେଏନୟୁରେ ଛାତ୍ରସଂସଦ ନିର୍ବାଚନ ନେଇ ବାଜିଛି ବିଗୁଲ୍ । ଦୀର୍ଘ ୪ ବର୍ଷ ପରେ ଖୁବ୍ ଶୀଘ୍ର ଜେଏନୟୁରେ ହେବା ପାଇଁ ଯାଉଛି ନିର୍ବାଚନ । ଯେଉଁଥି ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ ଏବଂ ଜେଏନୟୁ ଅଧିକାରୀଙ୍କ ତରଫରୁ ଏନେଇ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ତେବେ ବିଭିନ୍ନ ଛାତ୍ର ସଂଗଠନ ନିର୍ବାଚନା ପୁନଃବାର କରାଯାଇ ନେଇ ବାରମ୍ବାର ବିରୋଧ କରିବା ପରେ କଲେଜ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଶେଷ ଥର ପାଇଁ ୨୦୧୯ରେ ଜେଏନୟୁରେ ଛାତ୍ରସଂଘ ନିର୍ବାଚନ କରାଯାଇଥିଲା । ହେଲେ ବିଭିନ୍ନ କାରଣ ପାଇଁ ଜେଏନୟୁରେ ନିର୍ବାଚନ କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ଦୃଢ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଫେବୃଆରୀ ୨ ତାରିଖ ସୁଦ୍ଧା ନିର୍ବାଚନ ନେଇ ନିଷ୍ପତ୍ତି ଯଦି ନ ନିଆଯାଏ ତେବେ ଛାତ୍ରଙ୍କ ପକ୍ଷରୁ ଅସହଯୋଗ ଆନ୍ଦୋଳନ କରାଯିବ ବୋଲି ଛାତ୍ରସଂଘ ପକ୍ଷରୁ ପ୍ରଶାସନକୁ ଚେତାବନୀ ଦିଆଯାଇଥିଲା ।
ଯାହା ପରେ ପିଏଚଡି ଛାତ୍ରଙ୍କ ସେଶନ ଆରମ୍ଭ ହେବାର ୬ ରୁ ୮ ସପ୍ତାହ ପରେ ନିର୍ବାଚନ କରାଯିବ ବୋଲି ବିଜ୍ଞପ୍ତି ଜାରି ସୂଚନା ଦିଆଯାଇଛି । ଏହାସହ ନିର୍ବାଚନ ନେଇ ବିସ୍ତୃତ ଗାଇଡଲାଇନ ଡିନଙ୍କ କାର୍ଯ୍ୟାଳୟ ତରଫରୁ ଜାରି କରାଯିବ ।

JNU'ରେ ଛାତ୍ର ସଂସଦ ନିର୍ବାଚନ ଛାତ୍ରମାନଙ୍କ ଦ୍ୱାରା ହିଁ ପରିଚାଳିତ କରାଯାଇଥାଏ । ନିର୍ବାଚନର ପୁରା ଦାୟିତ୍ୱ ଛାତ୍ରସଂଘ ନେଇଥାଏ । ଖାସ କଥା ହେଲା ଏହି ନିର୍ବାଚନରେ ବିଶ୍ୱବିଦ୍ୟାଳ କର୍ତ୍ତୃପକ୍ଷଙ୍କର କୌଣସି ଭୂମିକା ନଥାଏ । ବିଶ୍ୱବିଦ୍ୟାଳୟର ପ୍ରତ୍ୟେକ ବିଭାଗର ଜଣେ ଜଣେ ଛାତ୍ରଙ୍କୁ ନେଇ ଏହି ସମିତି ଗଠନ କରାଯାଏ ଯେଉଁଥିରେ ମୋଟ୍ ୧୮ ଜଣ ସଦସ୍ୟ ରହିଥାନ୍ତି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications