JNUSU Election: ଜେଏନୟୁ ଛାତ୍ର ସଂସଦ ନିର୍ବାଚନରେ ବାଜି ମାରିଲେ AISA-DSF ମେଣ୍ଟ ପ୍ରାର୍ଥୀ ନୀତିଶ କୁମାର
JNUSU Election: ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ର ସଂଘ ନିର୍ବାଚନର ଫଳାଫଳ ବିଳମ୍ବିତ ରାତିରେ ଘୋଷଣା କରାଯାଇଛି। AISA-DSF ମେଣ୍ଟ ପ୍ରାର୍ଥୀ ନୀତିଶ କୁମାର ବିଜୟୀ ହୋଇଛନ୍ତି, ସେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏବିଭିପି ପ୍ରାର୍ଥୀ ଶିଖା ସ୍ୱରାଜ ଦୀର୍ଘ ସମୟ ଧରି ଏହି ପଦବୀ ପାଇଁ ଆଗରେ ରହିଥିଲେ । ନୀତିଶ କୁମାର ଜେଏନୟୁରେ ଜଣେ ପିଏଚଡି ଛାତ୍ର ସେ JNUରେ ଛାତ୍ର ସ୍ୱାର୍ଥ ପାଇଁ ସର୍ବଦା ଲଢ଼ିଆସିଛନ୍ତି ।

JNU ଛାତ୍ର ସଂଘର ତିନୋଟି ପ୍ରମୁଖ ପଦବୀ ପାଇଁ ବାମପନ୍ଥୀ ଛାତ୍ର ସଂଗଠନର ପ୍ରାର୍ଥୀଙ୍କର ବିଜୟ ହୋଇଛି । ସେହିପରି ଗୋଟିଏ ଯୁଗ୍ମ ସଚିବର ପଦବୀ ABVP ହାତରେ ରହିଛି । ଡିଏସଏଫର ମୁନ୍ତେହା ଫାତିମାଙ୍କୁ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ କରାଯାଇଛି। DSFର ମନୀଷା ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଏବିଭିପିର ବୈଭବ ମୀନା ଯୁଗ୍ମ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି। ୨୦୨୪-୨୫ ନିର୍ବାଚନରେ JNUSUରେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଥିଲା।












Click it and Unblock the Notifications