JNUSU ନିର୍ବାଚନ: ପ୍ରେସିଡେଣ୍ଟ ପଦ ଜିତିଲେ ଦଳିତ ପ୍ରାର୍ଥୀ

JNU Student Union Elections 2024: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ରେ ଛାତ୍ର ସଂଗଠନ ନିର୍ବାଚନ ପାଇଁ ଭୋଟ୍ ଗଣନା ଶେଷ ହୋଇଛି । ବାମପନ୍ଥୀ ଦଳରୁ ପ୍ରତିଦ୍ୱନ୍ଦିତା କରୁଥିହା ଧନଞ୍ଜୟ ଜେଏନୟୁ ଛାତ୍ର ସଂଗଠନ ପ୍ରେସିଡେଣ୍ଟ ହୋଇଛନ୍ତି । ଚାରି ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ହୋଇଥିବା JNUSU ନିର୍ବାଚନରେ ​​ବାମପନ୍ଥୀମାନେ ଚାରୋଟି ପଦବୀ ଜିତିଛନ୍ତି । ଯେଉଁଠାରେ ଅଖିଲ ଭାରତ ବିଦ୍ୟା ପରିଷଦ (ଏବିଭିପି) ଦ୍ୱିତୀୟ ସ୍ଥାନରେ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ୨୮ ବର୍ଷ ପରେ ଦଳିତ ପ୍ରେସିଡେଣ୍ଟ ଭାବେ ନିର୍ବାଚିତ ହୋଇଛନ୍ତି ।

ଏହାପୂର୍ବରୁ ୧୯୯୬-୯୭ ମସିହାରେ ବତି ଲାଲ ବେରୱା ପ୍ରଥମ ଥର ପାଇଁ ପ୍ରେସିଡେଣ୍ଟ ଭାବେ ନିର୍ବାଚିତ ହୋଇଥିଲେ । ଏହାର ୨୮ ବର୍ଷ ପରେ ପୁଣି ଦ୍ୱିତୀୟ ଦଳିତ ପ୍ରେସିଡେଣ୍ଟ ଭାବେ ଧନଞ୍ଜୟ ନିର୍ବାଚିତ ହୋଇଥିବାରୁ ଜେଏନୟୁ ପରିଶରରେ ଉତ୍ସାହର ମାହୋଲ ଦେଖିବା ପାଇଁ ମିଳିଛି ।

JNU Student Union Elections 2024

ଜବାହାର ଲାଲା ନେହେରୁ ବିଶ୍ୱବିଦ୍ୟାଳୟରେ ଛାତ୍ର ନିର୍ବାଚନ ପାଇଁ ଶୁକ୍ରବାର ୭୩ ପ୍ରତିଶତ ମତଦାନ ହୋଇଥିଲା । ଯାହା ଗତ ୧୨ ବର୍ଷ ମଧ୍ୟରେ ସବୁଠୁ ଅଧିକ ରେକର୍ଡ କରାଯାଇଛି । ତେବେ ୨ଟି ଚରଣରେ ମତଦାନ ହୋଇଥିଲା । ଚାରି ବର୍ଷ ପରେ ଜେଏନୟୁରେ ମତାଦାନ ହୋଇଥିଲା ଏବଂ ୭ ହଜାର ୭୦୦ରୁ ଅଧିକ ଭୋଟର ଗୁପ୍ତ ଭାବେ ମତଦାନ କରିଥିଲେ ।

ତେବେ ଧନଞ୍ଜୟ ୨,୫୯୮ ଅଧିକ ଭୋଟରେ ଅଖିଳ ଭାରତ ବିଦ୍ୟା ପରିଷଦର ଉମେଶ ସି ଅଜମୀରଙ୍କୁ ପରସ୍ତ କରିଥିଲେ । ଧନଞ୍ଜୟ ହେଉଛନ୍ତି ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳର ସ୍କୁଲ୍ ଅଫ୍ ଆର୍ଟ ଆଣ୍ତ ଆସଥେଟିକ୍ସର ପିଏଚଡି ଛାତ୍ର । ସେ ପ୍ରଚାର ବେଳଏ କ୍ୟାମ୍ପସରେ ଜଳ, ସ୍ୱାସ୍ଥ୍ୟ ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ ସମସ୍ୟାର ମୁକାବିଲା ଥିବା ତାଙ୍କର ମୂଖ୍ୟ ମୁଦ୍ଦା । ସେହିପରି ଦେଶଦ୍ରୋହ ଅଭିଯୋଗରେ ଗିରଫ ଛାତ୍ରଙ୍କୁ ମୁକ୍ତ କରିବା ପାଇଁ ମଧ୍ୟ ଦାବି କରିଥିବା ନେଇ ସୂଚନା ରହିଥିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+