୮ ରାଜ୍ୟକୁ JN.1 ଭୟ, ଏପର୍ଯ୍ୟନ୍ତ ୧୦୯ ମାମଲା ଚିହ୍ନଟ

Corona JN.1 Variant: ୮ ରାଜ୍ୟକୁ କରୋନାର ନୂଆ ଭ୍ୟାରିଏଣ୍ଟ JN.1 ଭୟ । କରୋନା ପୁଣି ଥରେ ଦେଶରେ ଆତଙ୍କ ସୃଷ୍ଟି କରିଛି। ନୂଆ ଭ୍ୟାରିଆଣ୍ଟ JN.1 ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । 26 ଡିସେମ୍ବର ମଙ୍ଗଳବାର ପର୍ଯ୍ୟନ୍ତ ସାରା ଦେଶରେ JN.1 Covid ଭ୍ୟାରିଆଣ୍ଟର 109ର ନୂଆ ମାମଲା ରେକର୍ଡ କରାଯାଇଛି । ଏହି ଭାଇରାସ ବର୍ତ୍ତମାନ ଦେଶର ୮ଟି ରାଜ୍ୟରେ ବାପିଥିବା ନେଇ ସୂଚନା ରହିଛି ।

ସରକାରୀ ସୂତ୍ରରୁ ପ୍ରକାଶ ଯେ, ଗୁଜୁରାଟରୁ 36ଟି, କର୍ଣ୍ଣାଟକର 34ଟି, ଗୋଆରୁ 14ଟି, ମହାରାଷ୍ଟ୍ରରେ 9 ଟି, କେରଳର 6ଟି, ରାଜସ୍ଥାନର 4 ଟି, ତାମିଲନାଡୁର 4 ଟି ଏବଂ ତେଲେଙ୍ଗାନାରୁ 2 ଟି ମାମଲା ରେକର୍ଡ କରାଯାଇଛି । ବର୍ତ୍ତମାନ ଅଧିକାଂଶ ରୋଗୀଙ୍କୁ କ୍ୱାରେଣ୍ଟାଇନରେ ଥିବା ନେଇ ଖବର ରହିଛି ।

Corona JN.1 Variant

ଏହାପୂର୍ବରୁ ଏନଆଇଟିଆଇ ଆୟୋଗ ସଦସ୍ୟ ଡାକ୍ତର ଭି.କେ ପାଲ କହିଥିଲେ ଯେ, ବର୍ତ୍ତମାନ ଅଧିକ ଟେଷ୍ଟିଂ କରାଯିବା ଉପରେ ଗୁରୁତ୍ୱ ଦିଆଯିବ । ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂଚନା ଅନୁସାରେ, ରୋଗୀଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଛି ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ସଂକ୍ରମିତ ଲୋକଙ୍କ ମଧ୍ୟରୁ 92% ଘରେ ଚିକିତ୍ସିତ ହୋଇ ସୁସ୍ଥ ହେଉଛନ୍ତି । ବର୍ତ୍ତମାନ ଡାକ୍ତରଖାନାରେ ରୋଗୀଙ୍କ ଆଡମିଟ ହାରରେ କୌଣସି ବୃଦ୍ଧି ହୋଇନାହିଁ ।

ତଥ୍ୟ ଅନୁଯାୟୀ, ଗୁଜୁରାଟରେ କରୋନାର ନୂତନ ପ୍ରକାରର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳୁଛି। ଗୁଜୁରାଟରେ JN.1 34 ଟି ମାମଲା ଦେଖିବାକୁ ମିଳିଛି । ଦେଶରେ କରୋନା ଦ୍ରୁତ ଗତିରେ ବୃଦ୍ଧି ହେବାରେ ଲାଗିଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଆଜି ଗୋଟିଏ ଦିନରେ ଦେଶରେରେ 529 ଟି ନୂଆ କରୋନା ମାମଲା ରୁଜୁ ହୋଇଥିବା ବେଳେ ମୋଟ ସକ୍ରିୟ ମାମଲା 4093 କୁ ପହଞ୍ଚିଛି । ତିନିଜଣ ସଂକ୍ରମିତ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିଛି, ସେଥିମଧ୍ୟରୁ ଦୁଇଜଣ କର୍ଣ୍ଣାଟକର ଏବଂ ଜଣେ ଗୁଜୁରାଟର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+