ଦେଶରେ ହୁ ହୁ ହୋଇ ବଢ଼ୁଛି JN-1 ମାମଲା, ୧୦ ରାଜ୍ୟରେ କାୟା ବିସ୍ତାର କଲାଣି ଏହି ଭାରିଆଣ୍ଟ
ନୂଆଦିଲ୍ଲୀ:ଦେଶରେ କୋଭିଡ -୧୯ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହା ସହିତ, କୋଭିଡ୍-୧୯ର ସବ୍ଭାରିଆଣ୍ଟ JN-1 ସଂକ୍ରମଣର ମାମଲା ମଧ୍ୟ ବୃଦ୍ଧି ପାଉଛି । ଏହି ସମୟରେ, ସୋମବାର (ଜାନୁୟାରୀ ୧) ରେ JN-1 ମାମଲାର ମୋଟ ସଂଖ୍ୟା ୧୯୬ ରେ ପହଞ୍ଚିଛି । INSACOG ତଥ୍ୟ ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ ୧୯୬ ଟି କୋଭିଡ୍-୧୯ର ସବ୍ଭାରିଆଣ୍ଟ JN-1 ମାମଲା ଚିହ୍ନଟ ହୋଇଛି ।
INSACOG ସୂଚନା ଅନୁଯାୟୀ, ଓଡିଶାରେ ମଧ୍ୟ ନୂଆ ଭେରିଆଣ୍ଟ ଚିହ୍ନଟ ହୋଇଛି । ଏହା ସହିତ ଓଡିଶା ସେହି ରାଜ୍ୟରେ ଗୁଡ଼ିକରେ ସାମିଲ ହୋଇଛି ଯେଉଁଠାରେ ଜେଏନ-୧ ମାମଲା ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିିତ ଅଞ୍ଚଳକୁ ଏହି ଭାରିଆଣ୍ଟ ସଂକ୍ରମଣ କଲାଣି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ କେରଳରୁ ସର୍ବାଧିକ ୮୩ ଟି JN-1 ମାମଲା ରିପୋର୍ଟ ହୋଇଛି । ଏହା ପରେ ଗୋଆରେ ୫୧, ଗୁଜୁରାଟରେ ୩୪, କର୍ଣ୍ଣାଟକରେ ୮, ମହାରାଷ୍ଟ୍ରରେ ୭, ରାଜସ୍ଥାନରେ ୫, ତାମିଲନାଡୁରେ ୪, ତେଲେଙ୍ଗାନାରେ ୨ ଏବଂ ଓଡିଶା ଏବଂ ଦିଲ୍ଲୀରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଛି ।

INSACOG ତଥ୍ୟ ଅନୁଯାୟୀ, ଡିସେମ୍ବରରେ ସାରା ଦେଶରେ ରେକର୍ଡ ହୋଇଥିବା ମୋଟ କୋଭିଡ ମାମଲା ମଧ୍ୟରୁ ୧୭୯ ଟି ମାମଲାରେ ଜେଏନ-୧ ଭାରିଆଣ୍ଟ ଚିହ୍ନଟ ହୋଇଥିବାବେଳେ ନଭେମ୍ବରରେ ୧୭ ଟି ମାମଲା ରିପୋର୍ଟ କରାଯାଇଥିଲା ।
ଏଥି ସହିତ ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଭାରତରେ ୬୩୬ ଟି କୋଭିଡ -୧୯ ମାମଲା ପଞ୍ଜିକୃତ ହୋଇଛି । ଏହା ସହିତ ସକ୍ରିୟ ମାମଲା ସଂଖ୍ୟା ୪,୩୯୪ କୁ ବୃଦ୍ଧି ପାଇଛି । କୋଭିଡ ଯୋଗୁଁ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଦୁଇଜଣ କେରଳର ହୋଇଥିବା ବେଳେ ଜଣେ ତାମିଲନାଡୁର ଥିଲେ ।












Click it and Unblock the Notifications