JK elections 2024 Voting: ସକାଳ ୯ ସୁଦ୍ଧା 11.60% ମତଦାନ

JK elections 2024 Voting: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଆଜି ଜାରି ରହିଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନ, ପ୍ରଥମ ଦୁଇ ଘଣ୍ଟାରେ 11.60 ପ୍ରତିଶତ ମତଦାନ ହୋଇଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ଅଞ୍ଚଳର ସାତୋଟି ଜିଲ୍ଲାରେ ଅବସ୍ଥିତ 40 ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ସକାଳ 7 ଟାରୁ ଭୋଟିଂ ଆରମ୍ଭ ହୋଇଛି ।

JK elections 2024 Voting

39.18 ଲକ୍ଷରୁ ଅଧିକ ଭୋଟର ମତଦାନ କେନ୍ଦ୍ର ବାହାରେ ଲମ୍ବା ଧାଡିରେ ଠିଆ ହୋଇଥିବାର ନଜର ଆସୁଛନ୍ତି । ଆଜି 415 ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଦେଉଛି ଜମ୍ମୁ କଶ୍ମୀର । ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ତାରା ଚାନ୍ଦ ଏବଂ ମୁଜାଫର ବାଗ ମଧ୍ୟ ଅଛନ୍ତି, ଯେଉଁମାନେ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଥିଲେ।

ଉଦାମପୁର ଜିଲ୍ଲା ସର୍ବାଧିକ 14.23 ପ୍ରତିଶତ ରେକର୍ଡ କରିଛି, ଏହା ପରେ ସାମ୍ବା 13.31 ପ୍ରତିଶତ ଏବଂ କାଠୁଆ 13.09 ପ୍ରତିଶତ ମତଦାନ ରେକର୍ଡ କରିଛି। ଭୋଟିଂ ତଥ୍ୟରେ ଦର୍ଶାଯାଇଛି ଯେ ବନ୍ଦିପୁରାରେ 11.64 ପ୍ରତିଶତ, ଜମ୍ମୁରେ 11.46 ପ୍ରତିଶତ ଏବଂ କୁପୱାଡାରେ 11.27 ପ୍ରତିଶତ ମତଦାନ ରେକର୍ଡ ହୋଇଥିବା ବେଳେ ବାରାମୁଲ୍ଲାରେ ସର୍ବନିମ୍ନ 8.89 ପ୍ରତିଶତ ମତଦାନ ରେକର୍ଡ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+